ମନ୍ଦିର ଖୋଲିବା ପ୍ରସଙ୍ଗ : ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କଲେ ଦେବୋତ୍ତର କମିଶନର
୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ଦେବୋତ୍ତର କମିଶନର
କଟକ : ମନ୍ଦିର ଖୋଲିବ କେବେ? ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେବୋତ୍ତର ବିଭାଗ ଅଧିନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ଦେବୋତ୍ତର କମିଶନର। କିନ୍ତୁ ମନ୍ଦିରରେ ଏକକାଳୀନ ଭକ୍ତ ପ୍ରବେଶ ଉପରେ ବାରଣ ରହିଛି ।
ସାମାଜିକ ଦୂରତା ରକ୍ଷା କରି ଭକ୍ତଙ୍କୁ ଛାଡିବା, ମନ୍ଦିର ଦ୍ୱାରରେ ସାନିଟାଇଜର ରଖିବା ଓ ବାରମ୍ବାର ମନ୍ଦିର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ ମନ୍ଦିରରେ କେବଳ ଦର୍ଶନ କରାଯିବ, ହେଲେ ବଡ଼ ପୂଜା ଆଦି କର୍ମ ଭକ୍ତମାନେ କରି ପାରିବେ ନାହିଁ । ଏସବୁ ମାନି ମନ୍ଦିର ଖୋଲାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ନମାନିଲେ ମନ୍ଦିର ଖୋଲିବ ନାହିଁ କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ସୂଚନା ରହିଛି ।
ମନ୍ଦିର ପାଇଁ ସରକାରଙ୍କୁ ମୋଡାଲିଟି
ମନ୍ଦିର ଖୋଲିବା ପ୍ରସଙ୍ଗରେ ଦେବୋତ୍ତର ନିରୀକ୍ଷକଙ୍କ ସୂଚନା
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମନ୍ଦିର ଖୋଲିବା ନେଇ ମୋଡାଲିଟି ସ୍ଥିର
୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟ ରାଜ୍ୟ ସରକାରଙ୍କୁ ପ୍ରଦାନ
ଏକକାଳୀନ ଭକ୍ତଙ୍କ ପ୍ରବେଶ ବାରଣ, ସାମାଜିକ ଦୂରତା କଥା କୁହାଯାଇଛି
ମନ୍ଦିର ପ୍ରବେଶ ଦ୍ୱାରରେ ସାନିଟାଇଜର, ବାରମ୍ବାର ବିଶୋଧନ ପ୍ରସ୍ତାବ
ଏସବୁ ମାନି ମନ୍ଦିର ଖୋଲାଯାଇ ପାରିବ ବୋଲି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି
ନ ମାନିଲେ ମନ୍ଦିର ଖୋଲିବ ନାହିଁ; ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବେ
ସୂଚନା ଦେଲେ ଦେବୋତ୍ତର ନିରୀକ୍ଷକ ନିରୋଜ ଛୋଟରାୟ