ଛେଣ୍ଡିପଦାରେ ହାତୀର ମୃତଦେହ ଠାବ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଗୋଡିମରା ନିକଟରେ ଏକ ମାଖନା   ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ଆନୁମାନିକ ବୟସ ୧୫ ରୁ ୨୦ବର୍ଷ ହେବ ବୋଲି ଜଣାପଡିଛି।

ଆଜି ସକାଳେ ହାତୀଟି ମରିପଡିଥିବା ଦେଖିବାକୁ ପାଇ ବନବିଭାଗ କର୍ମଚାରୀ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ। ପରେ ଅନୁଗୋଳ DFO ଏବଂ ଅନ୍ୟ କର୍ମଚାରୀ ପହଁଚି ହାତୀର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେ ନେଇ ତଦନ୍ତ ଆରମ୍ଭ କରିଥିଲେ।

ମୃତହାତୀର ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିବା ବେଳେ ଅସୁସ୍ଥତା ଯୋଗୁଁ ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡୁଥିବା ଅନୁଗୋଳ ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ ସୂଚନା ଦେଇଛନ୍ତି। ମାତ୍ର ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିଲେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି।

You might also like