କରୋନା ପାଇଁ ଫିକା ପଡ଼ିଲା ପଖାଳ ଦିବସ

ଭୁବନେଶ୍ୱର: ବିଭିନ୍ନ ଖାଦ୍ୟ ମଧ୍ୟରୁ ଓଡ଼ିଆଙ୍କ ମଧ୍ୟରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ (ୟୁନିଭର୍ସାଲ ପଖାଳ ଡେ) ଭାବେ ପାଳନ କରାଯାଏ। କିନ୍ତୁ କରୋନା ମହାମାରୀକୁ ନେଇ ପଖାଳ ଦିବସଟି ଫିକା ପଡ଼ିଯାଇଛି।Image result for pakhala-day-on-march

କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି। ଖରାଦିନ ଆସିଗଲେ ଘରେ ଘରେ ପଖାଳର ଆଦର ବେଶ୍ ବଢିଯାଏ। ଧୁ ଧୁ ଖରାବେଳେ ତୁଣ୍ଡରେ ପଖାଳ ତୋରାଣି ବାଜିଲେ ଶାନ୍ତି ମିଳେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ ।

ଯଦିଓ ପଖାଳ ଓଡ଼ିଆଙ୍କ ନିତିଦିନିଆ ଖାଦ୍ୟ, ମାତ୍ର ଖରା ଦିନରେ ଏହା ବେଶି ମନେ ପଡ଼ିଥାଏ। ପଖାଳ ସାଙ୍ଗକୁ କିଛି ଭଜା ହେଉ କି ବଡ଼ି ଚୁରା ଆଦି ଖାଇ, ତୋରାଣି ମୁନ୍ଦେ ପିଇଦେଲେ ଆପେ ଆପେ ପାଟିରୁ ବାହାରି ଆସେ ‘ଓଃ କି ଶାନ୍ତି’….। ସାଧାରଣତଃ ଖରାଦିନେ ଲୋକମାନେ ଦହି ପଖାଳ ଖାଇବାକୁ ଭଲ ପାଆନ୍ତି।

ଏବେ ଛୋଟବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ବିଭିନ୍ନ ପ୍ରକାରର ପଖାଳ ଯଥା ଦହି ପଖାଳ, ଜୀରା ପଖାଳ, ବାସି ପଖାଳ, ସଜ୍ଜ ପଖାଳ ପ୍ରଭୁତି ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ।

 

You might also like