କରୋନା ରୋଗୀଙ୍କ ଖର୍ଚ୍ଚ ଦିନକୁ ୧୮ ହଜାର !
ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ସଂପର୍କରେ ସୂଚନା ଦେଲେ ସରକାର। ରୋଗୀ ପିଛା ଦୈନିକ କେତେ ଖର୍ଚ୍ଚ ହେଉଛି ସେନେଇ ସୂଚନା ଦେଇଛନ୍ତି। ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ କେତେ ଟଙ୍କା ଦିଆଯିବ ତାର ସୂଚନା ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ, କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS ଚିଠି କରିଛନ୍ତି।
ଆହୁରି ପଢ଼ନ୍ତୁ
- DCHC/DCHରେ ବେଡ୍ ଖର୍ଚ୍ଚ ଦିନକୁ ୧୨ଶହରୁ ୩ ହଜାର ଟଙ୍କା।
- DCHC/DCHରେ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଦୈନିକ ୧୭୫୦ ଟଙ୍କା।
- DCHରେ ICU ପାଇଁ ବେଡ୍ ଖର୍ଚ୍ଚ ଦୈନିକ ୨ ହଜାରରୁ ୫ ହଜାର।
- DCHରେ ICU ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଦୈନିକ ୧୨ ହଜାର।
- ଭେଣ୍ଟିଲେଟର ସହ ICU ପାଇଁ ବେଡ୍ ଚାର୍ଜ ଦୈନିକ ୨ରୁ ୫ ହଜାର।
- ଭେଣ୍ଟିଲେଟର ସହ ICU ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ୧୩ ହଜାର।
- କୋଭିଡ଼ କେୟାର ସେଣ୍ଟର ପାଇଁ ଦୈନିକ ବେଡ୍ ଚାର୍ଜ ୧ ହଜାର।
- କୋଭିଡ଼ କେୟାର ସେଣ୍ଟର ପାଇଁ ଦୈନିକ ଆନୁଷଙ୍ଗିକ ଖର୍ଚ୍ଚ ୧ ହଜାର।
- ହିସାବ ଅନୁସାରେ ଜଣେ ରୋଗୀ ପ୍ରତି ଦୈନିକ ସର୍ବାଧିକ ଖର୍ଚ୍ଚ ୧୮ ହଜାର।