ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର

କେନ୍ଦ୍ରାପଡ଼ା: ଘୁଷୁରି ଖାଇବାକୁ ଆସି ଫଶିଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଇନ୍ଦୁପୁର ସ୍ଥିତ ବିରୂପା ନଦୀ ପଠାରେ ଏକ ଖାଲରେ ଫସି ଯାଇଥିଲା କୁମ୍ଭୀର। ସୋମବାର ଏକ ଘୁଷୁରିକୁ ଟାଣି ନେଇଥିଲା ଏହି କୁମ୍ଭୀର।

ଅଧା ଖିଆ ଘୁସୁରିକୁ ଛାଡି ଚାଲିଯିବା ପରେ ଘୁଷୁରି ଜଗୁଆଳି ଏହି ମୃତ ଘୁଷୁରିକୁ ଏକ ଖାଲରେ ରଖି ଫାଶ ବସାଇଥିଲେ। ସଂଧ୍ୟାରେ କୁମ୍ଭୀର ମୃତ ଘୁସୁରିକୁ ଖାଇବା ପାଇଁ ଆସିଥିବା ବେଳେ ଫେରିବା ବାଟରେ ମାଟି ପକାଇ ଅବରୋଧ କରି ଦେଇଥିଲେ ଘୁଷୁରୀ ଜଗୁଆଳି।

ଅନେକ ସମୟରେ ଏହି କୁମ୍ଭିରଟି ମଇଁଷି, ଘୁଷୁରି, ଛେଳି ପ୍ରଭୃତିଙ୍କୁ ଆକ୍ରମଣ କରି ମାରି ଦେଇଥିବା ଅଭିଯୋଗ ହୋଇଥିଲା। ଗତ ଅକ୍ଟୋବରରେ ମାସରେ ଜଣେ ଗାଇ ଜଗୁଆଳିଙ୍କୁ ମଧ୍ୟ ଆକ୍ରମଣ କରି ଗୁରୁତର କରିଦେଇଥିଲା। ଫସିଥିବା ଏହି କୁମ୍ବୀରକୁ ଦେଖିବାକୁ ଘଟଣାସ୍ଥଳରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।

You might also like