ଶ୍ୱଶୁର ଓ ଜ୍ୱାଇଁଙ୍କୁ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କର ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ ଏସଆଇଟି ।  କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଉଭୟଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି । ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଏସଆଇଟି ୨ ଦିନିଆ ରିମାଣ୍ଡରେ ନେଇଛି । ଅଭିଯୋଗ ଅନୁସାରେ ଟାଟା ଏମ୍ଡି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ଆକାଶ ।

ପିଲାଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଉଥିଲେ ଓ ମୋଟା ଅଙ୍କର ଟଙ୍କା ବି  ନେଉଥିଲେ । ଏଥିରେ ପ୍ରଦୀପଙ୍କ ସିଧାସଳଖ ସଂପୃକ୍ତି ଅଛି କି, ପ୍ରଦୀପଙ୍କ ଆକାଉଣ୍ଟକୁ କେଉଁଠୁ କେତେ ଟଙ୍କା ଆସିଛି, କେମିତି ଆସୁଥିଲା, ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ କେତେ ଟଙ୍କା ଯାଇଛି, ଏସବୁର ଉତ୍ତର ଖୋଜିବ SIT  । ଏହା ସହିତ ଏହି ଜାଲିଆତିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି, କେମିତି କାଗଜପତ୍ର ଜାଲିଆତି କରାଯାଇଥିଲା ? ତାର ମଧ୍ୟ ଖିଅ ଖୋଜାଯିବ । ସେପଟେ ଆସନ୍ତାକାଲି ଆକାଶ ପାଠକଙ୍କ ରିମାଣ୍ଡ ସରୁଛି । ତେଣୁ ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ ।

You might also like