କାଲିଠୁ ଭିମସାରରେ ଆରମ୍ଭ ହେବ କୋଭିଡ୍ ସାମ୍ପଲ ଟେଷ୍ଟ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବୁର୍ଲା ଭିମସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ପୁଲ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ସିଫ୍ଟରେ ୯୦ଟି ସାମ୍ପଲ ଟେଷ୍ଟ କରାଯିବ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଭିମସାରର ମାଇକ୍ରୋ ବାୟୋଲୋଜି ବିଭାଗରେ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ବୁର୍ଲା ଗସ୍ତ କରି ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ଗତ ୧୫ ତାରିଖରେ ଭିମସାରରେ ଆରମ୍ଭ ହେବାକୁ ଥିଲା କୋଭିଡ୍ ଟେଷ୍ଟ କିନ୍ତୁ ବ୍ୟବସ୍ଥାଗତ ବୈଷୟିକ ତ୍ରୁଟି ଯୋଗୁଁ କିଛି ଦିନ ବିଳମ୍ବ ହୋଇଥିଲା।

You might also like