ରାଜ୍ୟର ଆଜି ସମସ୍ତ ଏସପି ଅଫିସ ଘେରାଉ କରିବ କଂଗ୍ରେସ

ଏସପି ଅଫିସ ଘେରିବ କଂଗ୍ରେସ

ନୟାଗଡ: ପରୀ ହତ୍ୟାକାଣ୍ଡ ଏବଂ ରାଜ୍ୟରେ ଶିଶୁ ଚୋରି, ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବଢୁଥିବାରୁ ଏହାର ପ୍ରତିବାଦ କରିବ କଂଗ୍ରେସ। ଆଜି ରାଜ୍ୟର ସମସ୍ତ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବେ କଂଗ୍ରେସ ନେତା ଓ କର୍ମୀ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଗତକାଲି ଭୁବନେଶ୍ୱରରେ ମଶାଲ ଶୋଭାଯାତ୍ରା କରାଯାଇଥିଲା । କଂଗ୍ରେସ ଭବନରୁ ଏହି ମଶାଲ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ୍ ଦେଇ ପୁଣି କଂଗ୍ରେସ ଭବନରେ ପହଞ୍ଚିଥିଲା ।

ତେବେ କେବଳ କଂଗ୍ରେସ ନୁହେଁ ବରଂ ବିଜେପି ପକ୍ଷରୁ ମଧ୍ୟ ପରୀକୁ ନ୍ୟାୟ ଦେବା ଲାଗି ପରୀର ଗାଁ ନୟାଗଡ଼ ଯଦୁପୁର ଅଭିମୁଖେ ୫ ଦିନିଆ ପଦଯାତ୍ରା ଆରମ୍ଭ କରିଛି ବିଜେପି। ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାହାରିଛନ୍ତି ବିଜେପିର କର୍ମୀ ଓ ନେତା। ୫ ମାସ ଯାଏଁ ନୟାଗଡ଼ ପୋଲିସ୍ ତଦନ୍ତକୁ ଶିଥିଳ କରିଛି। ମନ୍ତ୍ରୀ ଅରୁଣ ସାହୁଙ୍କୁ ପୋଲିସ୍ ଓ ସରକାର ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି।

ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା ବାହାରି ଯାଆଁଳାରେ ପହଞ୍ଚିଛି। ଆଜି ଯାଆଁଳାରୁ ସାରୁଅ, ଆସନ୍ତାକାଲି ସାରୁଅରୁ ପିଚୁକୁଳି ପର୍ଯ୍ୟନ୍ତ ପଦଯାତ୍ରା ହେବ। ଏହାପରେ ପିଚୁକୁଳିରୁ ଇଟାମାଟି ଦେଇ ଯଦୁପୁର ଯିବେ। ୨୪ ତାରିଖରେ ଯଦୁପୁରରେ ଏକ ବଡ ସଭା ହେବାର କାର୍ଯ୍ୟକ୍ରମ ରହିଛି।

You might also like