ପେଟ୍ରୋଲ ଢାଳି କାର୍‌ ଜାଳିଦେଲେ କୋଇଲା ମାଫିଆ

ଭଦ୍ରକ: ପୋଲିସ ଇନଫର୍ମର ସନ୍ଦେହରେ  କାର ଜାଳି ଦେଇଛନ୍ତି କୋଇଲା ମାଫିଆ । କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏପରି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ।  ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ମାରପୁର ଗାଁରେ ଘଟିଛି ଏପରି ଘଟଣା।

ଭଦ୍ରକ-ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବାବେଳେ ଚଳନ୍ତା ଟ୍ରେନରୁ ମାଫିଆମାନେ କୋଇଲା ଚୋରି କରି ନେଉଥିଲେ। ଏପରି ଘଟଣା ଏଠାରେ ନିୟମିତ ଘଟୁଥିବାବେଳେ  କୋଇଲା ଚୋରି କରି ମାଫିଆମାନେ ମାଲାମାଲ ହେଉଥିଲେ। ଏ ନେଇ ଗତକାଲି ଆରପିଏଫ ପୋଲିସ ଇଛାପୁର ନିକଟରେ ରେଡ କରିଥିଲା। ରେଡ ସମୟରେ ଆରପିଏଫ ପୋଲିସ ଉକ୍ତ ଗ୍ରାମର ପ୍ରତାପ ବେହରାଙ୍କୁ କୋଇଲା ଚୋରି ସମ୍ପର୍କରେ ପଚରାଉଚରା କରିଥିଲେ।

ପ୍ରତାପ କୋଇଲା ଚୋରି ବିଷୟରେ ତଥ୍ୟ ଦେଇଥିବା ମାଫିଆମାନେ ସନ୍ଦେହ କରିଥିଲେ। ସେହି ରାଗ ରଖି  ପ୍ରତାପଙ୍କ  କାରକୁ ଜାଳି ଦେଇଥିବା ଜଣାଯାଇଛି।

ସୂଚନାଥାଉ କି, କାରଟି ପ୍ରତାପଙ୍କ ଘର ନିକଟରେ ଥିଲା।  ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କାରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ପ୍ରତାପ ଓ ପରିବାର ଲୋକେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like