• translate
Prangyan Parimita

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସ୍ୱଚ୍ଛତାର ସାରଥୀ ସାଜିବେ କିନ୍ନର। ତୃତୀୟଲିଙ୍ଗୀଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବ। କିନ୍ନର ମାନେ ଆଉ ଲୋକଙ୍କ ସାମ୍ନାରେ ହାତ ପତେଇ ଭିକ ମାଗିବେନି କି ତାଙ୍କୁ ଦୀନହୀନ ହୋଇ ଜୀବନ ବିତାଇବାକୁ ପଡ଼ିବ ନାହିଁ। ସମାଜରେ ସାଧାରଣ ମଣିଷ ପରି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଏଥିପାଇଁ ସୁଯୋଗ ସୃଷ୍ଟି କରିଛି ବଲାଙ୍ଗିର ପୌରସଂସ୍ଥା । ବ୍ୟାଟେରି ଚାଳିତ ଗାଡ଼ିରେ ସହରର ଗଳିକନ୍ଦିରୁ ଅଳିଆ ଆବର୍ଜନା ସଂଗ୍ରହ କରି ଡମ୍ପିଂୟାର୍ଡରେ ପହଞ୍ଚାଇବେ ।

ଆଜି ଠାରୁ ବଲାଙ୍ଗିର ସହର ଭିତରେ ମଇଳା ଅବର୍ଜନା ଉଠାଇବା ପାଇଁ ଆରମ୍ଭ ହୋଇଛି ବ୍ୟାଟେରୀ ଚାଲିତ ସ୍ୱଚ୍ଛ ଶବାରୀ ଗାଡି। ଆଉ ଏହି ଗାଡି ଚଲାଇବା ପାଇଁ ନିଯୁକ୍ତ ହୋଇଛନ୍ତି କିନ୍ନର। ଆଜି ପ୍ରଥମ ପର୍ଯ୍ୟାୟରେ ୪ ଟି ବ୍ୟାଟେରୀ ଚାଳି ଗାଡିର ଶୁଭାରମ୍ଭ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ଆଗାମୀ ଦିନରେ ୧୬ ରୁ ୨୦ ଟି ଗାଡି ଚଲାଇବା ଯୋଜନା ରହିଛି । ପ୍ରଥମ ପର୍ଯ୍ୟାୟରେ କିନ୍ନର ମାନେ ୩ ଟି ୱାର୍ଡର ସାହି ସାହି ବୁଲି ଗାଡିରେ ମଇଳା ଆବର୍ଜନା ଉଠାଇବେ। ଆଗାମୀ ଦିନରେ ସହରର ପ୍ରତ୍ୟେ ସାହିରେ କିନ୍ନର ମାନେ ବ୍ୟାଟେରୀ ଚାଲିତ ଗାଡିରେ ମଇଳା ଆବର୍ଜନା ଉଠାଇ ୱେଷ୍ଟ ମ୍ୟାନେଜମେଣ୍ଟ ସେଣ୍ଟରକୁ ନେବେ । ଯଦ୍ୱରା ସେମାନ ଦୁଇ ପଇସା ରୋଜଗାର କରିବା ସହ ସହର ମଧ୍ୟ ସଫା ହୋଇପାରିବ।

ଏଥିପାଇଁ ସହର ଭିତରେ କିନ୍ନର ମାନଙ୍କୁ ନେଇ ମହାଲକ୍ଷ୍ମୀ ଏବଂ ମାଁ ସମଲେଶ୍ୱରୀ ନାମରେ ଦୁଇଟି ଏସ.ଏଚ.ଜି ଗ୍ରୁପ ଗଠନ କରାଯାଇଛି। ସେହି ଗ୍ରୁପ ମାଧ୍ୟମରେ କିନ୍ନର ମାନଙ୍କୁ ବିଭିନ୍ନ କାମରେ ନିଯୁକ୍ତି ଦେଇ ଆତ୍ମନିର୍ଭରଶୀଳ କରାଇବା ପାଇଁ ଯୋଜନା କରିଛି ପ୍ରଶାସନ। ଏଭଳି ପଦକ୍ଷେପ ଯୋଗୁଁ କିନ୍ନର ମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ପୌରସଂସ୍ଥା ରୋଜଗାର ଯୋଗାଇ ଦେଇଥିବାରୁ କିନ୍ନର ମାନେ ମଧ୍ୟ ବହୁତ ଖୁସି ।

Other Stories