ରାଜ୍ୟରୁ ଆଖିପିଛୁଳାକେ ଗାଏବ ହେଉଛନ୍ତି ପିଲା; ନେଉଛି କିଏ ?

ଆଖି ପିଛୁଳାକେ ଗାଏବ୍ ହୋଇଯାଉଛନ୍ତି ପିଲା

ନୟାଗଡ : ମେଡିକାଲ ବେଡ୍ ହେଉ କି ଗାଁ ଦାଣ୍ଡ ଆଖି ପିଛୁଳାକେ ଗାଏବ୍ ହୋଇଯାଉଛନ୍ତି ପିଲା । ଯାହାର ସଦ୍ୟତମ ଅଭିଯୋଗ ନୟାଗଡ଼ର କୁନିଝିଅ ପରୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଶିଶୁ ନିଖୋଜ ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ତୃତୀୟ । କେବଳ ଗତବର୍ଷ ରାଜ୍ୟରୁ ୪ ହଜାର ୩୧୫ ଶିଶୁ ନିଖୋଜ ହୋଇଥିବା ନେଇ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ, NCRB କିଛିଦିନ ତଳେ ତଥ୍ୟ ଦେଇଛି ଅର୍ଥାତ୍ ଦିନକୁ ହଜୁଛନ୍ତି ପ୍ରାୟ ୧୨ ଜଣ ଶିଶୁ  ଆଉ ବେଫିକର୍ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ।  ଏବେ ହଠାତ୍ ଚେଇଁଉଠି କହୁଛି ପୋଲିସଠୁ ତଥ୍ୟ ଆଣି ତିନି ମାସିଆ ଆକଳନ କରିବେ…

ଟିକେ ମନେପକାନ୍ତୁ ତ ପାଖାପାଖି ୪ବର୍ଷ ତଳର ଚର୍ଚ୍ଚିତ ସିସିଟିଭି ଫୁଟେଜକୁ ।  ୨୦୧୭, ମାର୍ଚ୍ଚ ୨୪ ତାରିଖ ରାତି ଅଧରେ କେମିତି କୌଶଳକ୍ରମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଏକ ନବଜାତ ଶିଶୁକୁ ଚୋରି କରି ନେଇଯାଇଥିଲେ ଜଣେ ମହିଳା । ସ୍ପଷ୍ଟ ଭାବେ କଏଦ ହୋଇଥିଲା ସେ ଦୃଶ୍ୟ । ଦୀର୍ଘ ୩ ବର୍ଷ ୧୦ ମାସ ବିତିବା ପରେ ବି ଚୋରି ଯାଇଥିବା ଶିଶୁକୁ ଉଦ୍ଧାର କରିପାରିନି ପୋଲିସ୍ ।

କି ପ୍ରଶାସନ ଆଉ ମେଡିକାଲ ବେଡରେ ପୁଅକୁ ଫେରି ପାଇବା ଆଶାରେ କିଛି ମାସ ଅପେକ୍ଷା କରି ନିରାଶ ହୋଇ ଘରକୁ ଫେରିଗଲେ ଯୁଜୁମରାର ଅନିରୁଦ୍ଧ ଭୋଇ ଓ ତାଙ୍କ ପତ୍ନୀ ଗୀତାଞ୍ଜଳି । ମେଡିକାଲରୁ ଜିଲ୍ଲାପାଳ, ସମସ୍ତଙ୍କୁ ଗୁହାରି କରି କରି ଫେଲ୍ ମାରିବା ପରେ ଶେଷରେ ନାତି ମୁହଁ ଦେଖିବାର ଆଶା ଛାଡ଼ି ଦେଇଛନ୍ତି ଚୋରି ଶିଶୁର ଅଜା ଓ ଆଇ ।

କେବଳ ସମ୍ବଲପୁରରେ ନୁହେଁ, ବ୍ରହ୍ମପୁର ଓ କଟକ ବଡ଼ ମେଡିକାଲରୁ ବି ନବଜାତକ ଚୋରି ଘଟଣା ନୂଆ ନୁହେଁ । ଏମିତିକି ଗାଁ ଦାଣ୍ଡରେ ଖେଳୁଥିବା ପିଲାଙ୍କୁ ବି ଅପହରଣ ଓ ହତ୍ୟା ଅଭିଯୋଗର ତାଲିକା ବି ରାଜ୍ୟରେ ଯଥେଷ୍ଟ ଲମ୍ବା ।  ଯାହାର ସଦ୍ୟତମ ଉଦାହରଣ ନୟାଗଡ଼ର କୁନିଝିଅ ପରୀ ତେବେ ଶିଶୁ ନିଖୋଜ ହେଉ କି ଚୋରି ଅବା ଅପହରଣ । କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାକୁ ନେଇ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-NCRBର ତଥ୍ୟ ବି ଆଖି ତରାଟିଲା ଭଳି ।

ଏଭଳି ଅପରାଧରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ତଳକୁ ତୃତୀୟରେ ରହିଛି ଓଡ଼ିଶା । NCRBର ତଥ୍ୟ କହୁଛି ଓଡ଼ିଶାରେ ପ୍ରତି ୨୪ ଘଣ୍ଟାରେ ଅପହୃତ ହେଉଛନ୍ତି ୧୨ ଜଣ ଶିଶୁ । ଯାହାଙ୍କ ମଧ୍ୟରୁ କେବଳ ଝିଅଙ୍କ ସଂଖ୍ୟା ୧୧ । ଗଲାବର୍ଷ ନିଖୋଜ ହୋଇଛନ୍ତି ୪୩୧୫ ଜଣ ହେଲେ ପ୍ରତି ୫ଜଣରେ ମାତ୍ର ଜଣକୁ ଉଦ୍ଧାର କରିବାରେ ସଫଳ ହେଉଛି ଆମ ବ୍ୟବସ୍ଥା । ଶିଶୁ ଅଧିକାର କର୍ମୀ ବି ଏହି ତଥ୍ୟକୁ ନେଇ ଆଚମ୍ବିତ ।

କହିଛନ୍ତି ଓଡ଼ିଶାରେ ଶିଶୁ ଚୋରୀର ଏକମାତ୍ର କାରଣ ଦାରିଦ୍ର୍ୟ ନୁହେଁ, ଅଙ୍ଗଚାଲାଣ, ଶ୍ରମିକ ଭାବେ ନିୟୋଜନ, ଯୌନକର୍ମୀ ଭାବେ ବ୍ୟବହାର ସାଙ୍ଗକୁ ଅସାମାଜିକ କାର୍ଯ୍ୟରେ ପିଲାଙ୍କୁ ଲଗାଯାଉଛି ତେଣୁ ଏହାକୁ ରୋକିବାକୁ ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶିଶୁ ଚୋରି ଘଟଣାକୁ ଅପରହଣ ମାମଲା ଭାବେ ଗ୍ରହଣ କରାଯିବା ଉଚିତ୍ , ଯାହାଦ୍ୱାରା ଅଭିଯୁକ୍ତଙ୍କୁ ୭ ବର୍ଷରୁ ଅଧିକ ଜେଲଦଣ୍ଡ ମଧ୍ୟ ହୋଇ ପାରିବ ସେପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କହିଛନ୍ତି, ଓଡ଼ିଶାରେ ଏଭଳି ଘଟଣା ରୋକିବାକୁ ଆୟୋଗ ଖୁବଶୀଘ୍ର ୩ ମାସିଆ ଆସେସମେଂଟ କରିବେ ।

ରାଜ୍ୟରେ ଶିଶୁ ଓ ମହିଳାଙ୍କ ପ୍ରତି ବ୍ୟାଭିଚାର ରୋକିବାକୁ ୨୦୧୯ ଅଗଷ୍ଟ ୩ ତାରିଖରେ ରାଜ୍ୟବ୍ୟାପୀ ସଚେତନତା ଉଦ୍ଦେଶ୍ୟରେ ଗଡ଼ିଥିଲା । ପରୀ ରଥ ହେଲେ NCRB ତଥ୍ୟ ଦେଖିଲେ ଯେମିତି ସେ ରଥ ବାଟବଣା ହୋଇଥିବା ପରି ଅନୁଭବ ହେଉଛି.

You might also like