ଟିକା ଦିଆଯିବା ପରେ ଫିଡବ୍ୟାକ ନେଉଛନ୍ତି ମୁଖ୍ୟମନ୍ତ୍ରୀ

ଫିଡବ୍ୟାକ୍ ନେଲେ ନବୀନ

ଭୁବନୋଶ୍ୱର: ରାଜ୍ୟରେ କରୋନା ଟିକାକରଣ ନେଇ ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନସିଂ ଜରିଆରେ ବିଭିନ୍ନ ହସ୍ପିଟାଲରୁ ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ। କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ବି ହେଲେ। ବ୍ରହ୍ମପୁର ସିଟି ହସ୍ପିଟାଲରେ ପ୍ରଥମେ ଟିକା ନେଇଥିବା ଡାକ୍ତର ତାଙ୍କ ଅନୁଭୂତି ମଧ୍ୟ କହିଥିବା ନେଇ ସୂଚନା ରହିଛି। ତେବେ ଫିଡବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଥିଲେ। କହିଛନ୍ତି, ଗତ ୧୦ ମାସ ହେଲା ଆମ କୋଭିଡ଼ ଯୋଦ୍ଧାମାନେ ସଂଗ୍ରାମ କରୁଛନ୍ତି। ଆପଣମାନଙ୍କ ତ୍ୟାଗ ଆମେ କେବେ ଭୁଲି ପାରିବୁ ନାହିଁ ବୋଲି ସେ କହିଛନ୍ତି। ଏହାସହ ଟିକାକରଣ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟରେ୧୧ଟା ୦୫ରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଟିକା ନେଇଛନ୍ତି । ବିରଞ୍ଚି ନାଏକ ନାମକ ସଫେଇ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏବଂ ତା’ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି କରୋନା ସଞ୍ଜିବନୀ । କୋଭିଡ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ରାଜ୍ୟବାସୀ ଉପନୀତ ହୋଇଥିବା ବେଳ ୧୬୧ଟି କେନ୍ଦ୍ରରେ ୧୬ ହଜାର ୧୦୦ ଜଣଙ୍କୁ ଆଜି ଟିକା ଦିଆଯିବାର ଯୋଜନା ରହିଛି । ସେହିପରି  ୨୫ ତାରିଖ ଭିତରେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି ।

ସବୁ ଟିକାକରଣ କେନ୍ଦ୍ରରେ  ୱେଟିଂ ରୁମ,  ଭ୍ୟାକ୍ସିନ୍ ରୁମ୍ ଓ ଅବଜରଭେସନ୍ ରୁମର ବ୍ୟବସ୍ଥା ହୋଇଛି । ପ୍ରତି କେନ୍ଦ୍ରରେ ୫ ଜଣିଆ ଭ୍ୟାକ୍ସିନେସନ୍ ଟିମ୍ ପ୍ରସ୍ତୁତ ଅଛନ୍ତିା  ତେବେ ଟିକାକରଣକୁ ନେଇ କୌଣସି ପ୍ରଶ୍ନ ବା ସହାୟତାର ଆବଶ୍ୟକତା ଥିଲେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ କିମ୍ବା ୧୦୭୫ ନମ୍ବରରେ ଫୋନ୍ କରିପାରିବେ ।

ଟିକାକରଣ ପାଇଁ ପ୍ରତି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ୍ ପଠାଯାଇଛି । ଗାଇଡ଼ଲାଇନ୍ ଅନୁଯାୟୀ ୧୮ ବର୍ଷରୁ କମ୍ , ଗର୍ଭବତୀ ଓ ସ୍ତନ୍ୟପାନ କରାଉଥବା ମହିଳା, ଅସୁସ୍ଥ ବା ଚିକିତ୍ସାଧୀନଙ୍କୁ ଟିକାକରଣ ବାରଣ ରହିଛି। ଠିକ୍ ସେହିପରି ୧୪ ଦିନ ଭିତରେ ଅନ୍ୟ କିଛି ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ ନାହିଁ। କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ପରେ ଯାଇଁ ଟିକା ନେଇ ହେବ ବୋଲି କୁହାଯାଇଛି ।

You might also like