କେନ୍ଦ୍ର ଅର୍ଥ ଦେଉଛନ୍ତି କିନ୍ତୁ ଶ୍ରେୟ ନେଉଛନ୍ତି ରାଜ୍ୟ ସରକାର

ରାଜ୍ୟ ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ରାଜ୍ୟରେ ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍। କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର। ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ ପାଇଁ ସିଂହଭାଗ ଅର୍ଥ କେନ୍ଦ୍ର ଦେଉଛି। ରାଜ୍ୟ ୪୦ ପ୍ରତିଶଥ ଅର୍ଥ ଦେବା କଥା କିନ୍ତୁ ସରକାର ତାହା ମଧ୍ୟ ଦେଇନାହାନ୍ତି ଯାହାକି ପୁରୀ ମେଡିକାଲ କଲେଜ ନିର୍ମାଣ ବିଳମ୍ବର ଗୋଟିଏ କାରଣ। ପ୍ରଥମ ପର୍ଯ୍ୟାୟରେ ୫ ମେଡିକାଲ କଲେଜ ପାଇଁ ୫୭୬ କୋଟି କେନ୍ଦ୍ର ଦେଇଛି।

ଯାଜପୁର ପାଇଁ ୧୦୦ କୋଟି, କଳାହାଣ୍ଡି ପାଇଁ ୫୦ କୋଟି ଟଙ୍କା ରିଲିଜ କରିଛି କେନ୍ଦ୍ର। କିନ୍ତୁ ରାଜ୍ୟ ସରକାର କେମିତି ଏକୁଟିଆ ଶ୍ରେୟ ନେଉଛନ୍ତି ବୋଲି ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। କେନ୍ଦ୍ର ଦେଉଥିବା ଅର୍ଥ ବାବଦରେ ସତ୍ୟ ତଥ୍ୟ ରାଜ୍ୟ ସରକାର ରଖନ୍ତୁ ବୋଲି କହିଛନ୍ତି। ସେପଟେ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି ଯେ, ଅନେକରେ ରାଜ୍ୟ ଅଧିକ ଖର୍ଚ୍ଚ କରୁଛନ୍ତି। ରାଜ୍ୟଠାରୁ କେନ୍ଦ୍ର ଟିକସ ମଧ୍ୟ ନେଉଛନ୍ତି। ଏଥିପାଇଁ ନିର୍ଧାରିତ ନୀତି ରହିଛି,  ଓଡ଼ିଶାକୁ ଯଦି ଫୋକସ କରୁଛନ୍ତି ସ୍ୱତନ୍ତ୍ର ପାହ୍ୟା କିମ୍ବା ଅଧିକ ଅର୍ଥ ଦେବା କଥା ବୋଲି କହିଛନ୍ତି ଦେବୀ ମିଶ୍ର।

You might also like