ଓଡ଼ିଶାକୁ କେନ୍ଦ୍ର ମଞ୍ଜୁର କଲା ୩୨୦ କୋଟି ୯୪ ଲକ୍ଷ ଟଙ୍କା

ରାଜ୍ୟ ପାଇବ ୩୨୦ କୋଟି

ଭୁବନେଶ୍ୱର: କେନ୍ଦ୍ର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧିନରେ ଓଡ଼ିଶାକୁ ଅତିରିକ୍ତ ୩୨୦ କୋଟି ୯୪ ଲକ୍ଷ ଟଙ୍କା ସହାୟତା ମଞ୍ଜୁର କଲେ କେନ୍ଦ୍ର ସରକାର। ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିର ଭରଣା ବାବଦରେ ଖର୍ଚ୍ଚ କରିବା ଲାଗି ଏହି ଟଙ୍କା ପ୍ରଦାନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅର୍ଥ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ବନ୍ୟା ହେଉ କି ବାତ୍ୟା ପ୍ରଧାନମନ୍ତ୍ରୀ ମୋଦି ସବୁବେଳେ ଓଡ଼ିଶାବାସୀଙ୍କ ଦୁଃଖ ସମୟରେ ଠିଆ ହୋଇଛନ୍ତି ଓ ବିକାଶମୂଳକ କାର୍ଯ୍ୟରେ ସର୍ବୋପରି ଓଡ଼ିଶାକୁ ପ୍ରାଥମିକତା ଦେଇ ଆସୁଥିବା ଧର୍ମେନ୍ଦ୍ର କହିଛନ୍ତି।

You might also like