CPଙ୍କୁ ଭେଟିଲେ CBI ଟିମ୍: ଜାଣନ୍ତୁ କଣ ଥିଲା ପୂରା ଘଟଣା
ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ ପରେ ସିପିଙ୍କୁ ଭେଟିଲା ସିବିଆଇ
- CPଙ୍କୁ ଭେଟିଲେ CBI ଟିମ୍
- ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା
- ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ ପରେ ସିପିଙ୍କୁ ଭେଟିଲା ସିବିଆଇ
- ପୋଲିସ କମିଶନରଙ୍କୁ ଭେଟିଲେ ସିବିଆଇର ୨ ଜଣିଆ ଟିମ୍
- ସିବିଆଇର ଜଣେ ଅଧିକାରୀ ଏବଂ ଜଣେ ଓକିଲ କମିଶନରଙ୍କୁ ଭେଟିଲେ
- ଗିରଫଦାରୀ ପ୍ରସଙ୍ଗରେ କମିଶନରଙ୍କ ସହ ଆଲୋଚନା
ଭୁବନେଶ୍ୱର:୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଟ୍ୱିନ୍ ସିଟି କମିଶନରଙ୍କୁ ଭେଟିଲେ ସିବିଆଇ ଟିମ୍। ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀକୁ ଭେଟିଛନ୍ତି ସିବିଆଇର ୨ ଜଣିଆ ଟିମ୍। ସିବିଆଇର ଜଣେ ଅଧିକାରୀ ଓ ଜଣେ ଓକିଲ କମିଶନରଙ୍କୁ ଭେଟିଥିବା ଜଣାପଡ଼ିଛି।ବିବନର ଗିରଫଦାରୀ ପ୍ରସଙ୍ଗରେ କମିଶନରଙ୍କ ସହ ସିବିଆଇ ଟିମ୍ ଆଲୋଚନା କରିଥିବା ଜଣାପଡ଼ିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଗିରଫ କରିବା ପରେ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାକୁ ଜେଲ ପଠାଯାଇଛି। ପୁଣି ଥରେ ବିବନକୁ ନେଇ ମାମଲାର ତଦନ୍ତ ବଢ଼ାଇବା ସହ ପୁରୁଣା ଫାଇଲ୍ ପୁଣି ଥରେ ଖୋଲିବାକୁ ସିବିଆଇ ଯୋଜନା କରିଥିବା ଜଣାପଡ଼ିଛି।
ଦୀର୍ଘ ୨୨ବର୍ଷ ପରେ ବିବନ ଗିରଫ ହୋଇଛି। ବିବନ ହେଉଛି ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଯିଏକି ଖାଲି ଓଡ଼ିଶା ପୋଲିସ୍ ନୁହେଁ ବରଂ ସିବିଆଇ ପାଇଁ ବି ଥିଲା ମୋଷ୍ଟ ଓ୍ୱାଣ୍ଟେଡ। ଛଦ୍ମ ନାଁରେ ନଭିମୁମ୍ବାଇରେ ରହୁଥିବା ସୁରାଗ୍ ପାଇ ତାକୁ ଧରିବାକୁ ୩ମାସ ତଳୁ କମିଶନରେଟ୍ ପୋଲିସ୍ ଚଳାଇଥିଲା ସାଇଲେଣ୍ଟ ଭାଇପର୍ । ଶେଷରେ ତାକୁ ଧରିବା ପରେ ତା ସମ୍ପର୍କରେ ଗତକାଲି ବିସ୍ତୃତ ତଥ୍ୟ ଦେଇଛନ୍ତି ସିପି। ଏଣେ ପୀଡ଼ିତା ଅଞ୍ଜନା ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖି ଦୋଷୀକୁ ଫାଶି ଦଣ୍ଡ ଦେବାକୁ ଦାବି କରିଛନ୍ତି।
ଯେଉଁ ଘଟଣା ନେଇ ସାରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା, ସେହି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ୯ ଜାନୁଆରୀ ୧୯୯୯ରେ ଘଟିଥିବା କଟକ ବାରଙ୍ଗ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ୱାଳଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ନଭି ମୁମ୍ବାଇ ଆମ୍ବି ଭ୍ୟାଲିରେ ପରିଚୟ ବଦଳାଇ ରହୁଥିବା ବିବନ୍ ଧରାପଡ଼ିଛି ପୋଲିସ ହାତରେ। ପାଣି ମିସ୍ତ୍ରୀ ଭାବେ ସେଠି ଆତ୍ମଗୋପନ କରି ନକଲି ନା ଜଳନ୍ଧର ସ୍ୱାଇଁ ଦେଇଥିଲା ବୋଲି ଜଣାପଡିଛି।
ଭୋଟ ପରିଚୟ ପତ୍ର, ଆଧାର କାର୍ଡ ସମେତ ଏପରିକି ବ୍ୟାଙ୍କ ପାସବୁକ୍ ବି ଜଳନ୍ଧର ନାଁରେ ଥିଲା। ପୁଣେ ପୋଲିସ୍ ଜରିଆରେ ଆମ୍ବେ ଭ୍ୟାଲିରେ ବିବନ୍ ଓରଫ୍ ଜଳନ୍ଧର ସମ୍ପର୍କରେ ସବୁ ତଥ୍ୟ ମିଳିଥିଲା। ଆମ୍ବେ ଭ୍ୟାଲିରୁ ଅଢ଼େଇ କିଲୋମିଟର୍ ଦୂରରେ ରହୁଥବା ଜଳନ୍ଧରକୁ ଧରିବାକୁ ଯିବା ବେଳେ ପୋଲିସକୁ ଦେଖି ସେ ଦୌଡ଼ିଥିଲା। ଏହାପରେ ତାକୁ କାବୁ କରି ଭୁବନେଶ୍ୱର ଅଣାଯାଇଛି। ମାମଲାର ତଦନ୍ତ ସିବିଆଇ କରୁଥିବାରୁ ଅଭିଯୁକ୍ତକୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା ଆଉ ସିପିଙ୍କୁ ଭେଟିଛନ୍ତି ସିବିଆଇ ଅଧିକାରୀ।
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ସିପିଙ୍କୁ ଭେଟିଲେ ସିବିଆର ଟିମ#Odisha #Bhubaneswar #CP #CBI pic.twitter.com/7dCjSoTxJH
— ଓଟିଭି (@otvkhabar) February 23, 2021