ସୁନ୍ଦରଗଡ଼: ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ତାଙ୍କ ନାଁ କିଶୋର ଚନ୍ଦ୍ର ନାୟକ। ଘଟଣାଟି ଘଟିଛି ସୁନ୍ଦରଗଡ଼ କାଳୀମଣ୍ଡପ ଛକରେ। କାରଟି ଯାଉଥିବାବେଳେ ଦୁର୍ଭାଗ୍ୟବଶତଃ ଏଥିରେ ନିଆଁ ଲାଗିଯାଇଥିଲ। କିଶୋର କାରରେ ଯାଉଥିବାବେଳେ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ।
ପରେ ଗାଡିରୁ ବାହାରକୁ ଆସି ଇଞ୍ଜିନକୁ ଦେଖିଥିଲେ। ଦେଖୁ ଦେଖୁ ନିଆଁରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।
ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାର ମଧ୍ୟରେ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।