ହାତ ଗୋଡ ବାନ୍ଧି ମାରିଦେଲେ?

ଝାରସୁଗୁଡା: ଝାରସୁଗୁଡା-ସୁନ୍ଦରଗଡ ରାସ୍ତାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ହୋଇଥିବା ଯୁବକଙ୍କ  ହାତଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଯୁବକଙ୍କ ମୁଣ୍ଡ ଉପରେ ଗାଡି ଚଢି ଯାଇଛି।  ଯୁବକଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ରାସ୍ତାରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।

ଲଖନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ଅଧିକ ତଥ୍ୟ ମିଳିବ ବୋଲି ବ୍ରଜରାଜନଗର ଏସଡିପିଓ ସୂଚନା ଦେଇଛନ୍ତି। ତେବେ ପ୍ରାଣ ହରାଇଥିବା ଯୁବକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

You might also like