• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଆସନ୍ତା ଜୁଲାଇ ୧ ଓ ୨ରେ ରାଜ୍ୟର ସବୁ ମଣ୍ଡି ଓ ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ପ୍ରେସ୍‌ମିଟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି ସଭାପତି କହିଛନ୍ତି, ମଣ୍ଡିରେ ଧାନ ଗଜା ହେଉଛି, କିନ୍ତୁ ଚାଷୀର ଧାନ ଉଠୁନି ।

ରାତି ଅନିଦ୍ରା ହୋଇ ବର୍ଷା ସମୟରେ ବି ଚାଷୀ ମଣ୍ଡିରେ ପଡ଼ିରହୁଛି । ମଣ୍ଡି ଅବ୍ୟବସ୍ଥା ନେଇ କେନ୍ଦ୍ରୀୟ କମିଟି ରିପୋର୍ଟ ଦେଇଛି । ମୋଦି ଓଡ଼ିଶାକୁ ଫୋକସ୍ କରୁଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କୁ ଧୋକା ଦେଉଥିବା କହିଛନ୍ତି ସମୀର ମହାନ୍ତି ।

ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ଘର ନମିଳିବା ଏବଂ ୯ଟି ଜିଲ୍ଲାକୁ ଆବାସ ଯୋଜନାରେ ଘର ନଦେବାକୁ ଦୃଢ଼ ବିରୋଧ କରୁଛି ବିଜେପି । ଏହାର ପ୍ରତିବାଦରେ, ଆସନ୍ତା ଜୁଲାଇ ୭,୮ ଓ ୯ ତାରିଖରେ ରାଜ୍ୟର ସବୁ ବ୍ଲକ୍ ଅଫିସ୍‌ ଆଗରେ ଧାରଣା ଦେବାକୁ ଦଳ ନିଷ୍ପତ୍ତି ନେଇଛି ।

ସେପଟେ ମଣ୍ଡି ପ୍ରସଙ୍ଗକୁ ନେଇ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଣ୍ଡିରୁ ଧାନ ଉଠାଇବାକୁ କେନ୍ଦ୍ର ସରକାର ଜୁନ ୩୦ ତାରିଖ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ବିଜେପି ନେତା କେନ୍ଦ୍ରକୁ କହି ନିୟମ ଉଠାଇ ଦିଅନ୍ତୁ । ଆଗକୁ ନିର୍ବାଚନ ଅଛି, ସେମାନେ ବିଭିନ୍ନ କଥା କହିବେ କିନ୍ତୁ ଲୋକେ ତାକୁ ଗ୍ରହଣ କରିବେନି ବୋଲି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।

ଅନ୍ୟପଟେ ବରଗ଼ଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଚାଷୀଙ୍କ ଧାରଣା ଦେଖିବାକୁ ମିଳିଛି । ମଣ୍ଡିରୁ ଧାନ ଉଠାଇବା ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଚାଷୀ । ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ ଅନ୍ତର୍ଗତ ରେଶମ ପଞ୍ଚାୟତର ଅନେକ ଚାଷୀ ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଧାନ ବିକ୍ରି କରିବାକୁ ଚାଷୀଙ୍କୁ ଟୋକନ ଦେବା, ଯେଉଁ ଚାଷୀଙ୍କୁ ଟୋକନ ମିଳି ଅବଧି ସରିଯାଇଛି ପୁଣି ତାଙ୍କୁ ଟୋକନ ପ୍ରଦାନ କରିବା ଇତ୍ୟାଦି ଦାବି ରଖିଛନ୍ତି ଚାଷୀ । ଏନେଇ ଗତକାଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ୍‌ରେ ତାଲା ପକାଇ ଦେଇଥିଲେ । ଏବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନବସ୍ତା ରଖି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି ।

The-bjp-will-take-down-the-agitation-over-the-mandi-riots-and-the-token-issue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories