ଡିସେମ୍ବର ୨୬ରେ ୨୩ ତମ ପ୍ରତିଷ୍ଠା ଦିବସ ପାଳିବ ବିଜେଡି

ଭୁବନେଶ୍ୱର : ଡିସେମ୍ବର ୨୬ରେ ୨୩ ତମ ପ୍ରତିଷ୍ଠା ଦିବସ ପାଳିବ ବିଜେଡି । ତେବେ ଏନେଇ  ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ତେବେ ଏହା ପୂର୍ବରୁ ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୧ରେ ରାଜ୍ୟ ପରିଷଦ ବେଠକ ଅନୁଷ୍ଠିତ ହେବ । ଏହି ଅବସରରେ ପରିବର୍ଦ୍ଧିତ ପରିଷଦର ବୈଠକ ବସିବ ରାଜ୍ୟରେ ଚାଲିଥିବା ରାଜନୈତିକ ପରିସ୍ଥିତି ସହ ଅନ୍ୟ ବିଷୟରେ ଆଲୋଚନା ହେବ ।

ହେବାକୁ ଥିବା ପରିଷଦ ବୈଠକରେ ସମସ୍ତ ବିଧାୟକ, ସାଂସଦଙ୍କ ସହ ରାଜ୍ୟ ପରିଷଦ ସଭ୍ୟ ଉପସ୍ଥିତ ରହିବେ । ରାଜନୈତିକ ଚିଠା ପ୍ରସ୍ତୁତ କରାଯିବ । ନବନିର୍ବାଚିତ ସଭ୍ୟ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବାର ରହିଛି କାର୍ଯ୍ୟକ୍ରମ । କେବଳ ଏତିକି ନୁହେଁ ବରଂ ୩୨ଟି ସାଙ୍ଗଠନିକ ଜିଲ୍ଲାରେ କିପରି ସଭ୍ୟ ସଂଗ୍ରହ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

You might also like