ପରୀକୁ ନ୍ୟାୟ ଦେବା ଦାବିରେ ଆଗେଇ ଚାଲିଛି ବିଜେପିର ପଦଯାତ୍ରା

ପରୀକୁ ନ୍ୟାୟ ଓ ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା

ଭୁବନେଶ୍ୱର: ପରୀକୁ ନ୍ୟାୟ ଓ ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା। ପରୀର ଗାଁ ନୟାଗଡ଼ ଯଦୁପୁର ଅଭିମୁଖେ ୫ ଦିନିଆ ପଦଯାତ୍ରା ଆରମ୍ଭ କରିଛି ବିଜେପି। ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାହାରିଛନ୍ତି ବିଜେପିର କର୍ମୀ ଓ ନେତା। ୫ ମାସ ଯାଏଁ ନୟାଗଡ଼ ପୋଲିସ୍ ତଦନ୍ତକୁ ଶିଥିଳ କରିଛି। ମନ୍ତ୍ରୀ ଅରୁଣ ସାହୁଙ୍କୁ ପୋଲିସ୍ ଓ ସରକାର ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି।

ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା ବାହାରି ଯାଆଁଳାରେ ପହଞ୍ଚିଛି। ଆଜି ଯାଆଁଳାରୁ ସାରୁଅ, ଆସନ୍ତାକାଲି ସାରୁଅରୁ ପିଚୁକୁଳି ପର୍ଯ୍ୟନ୍ତ ପଦଯାତ୍ରା ହେବ। ଏହାପରେ ପିଚୁକୁଳିରୁ ଇଟାମାଟି ଦେଇ ଯଦୁପୁର ଯିବେ। ୨୪ ତାରିଖରେ ଯଦୁପୁରରେ ଏକ ବଡ ସଭା ହେବାର କାର୍ଯ୍ୟକ୍ରମ ରହିଛି।

You might also like