କୃଷି ଆଇନ ସମ୍ପର୍କରେ ଚାଷୀଙ୍କୁ ବୁଝାଇବ ବିଜେପି

ଭୁବନେଶ୍ୱର : କୃଷକ ସମାବେଶ କରି କେନ୍ଦ୍ର କୃଷି ଆଇନ ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ବିଜେପି । କଟକ, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଜୟପୁର ରେ କୃଷକ ସମାବେଶ କରିବ ଦଳ ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ସେ କହିଛନ୍ତି ଯେ, କୃଷି ଆଇନ ବିଷୟରେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ।

ଦେଶର ୭୦ ପ୍ରତିଶତ ଚାଷୀଙ୍କ ସ୍ୱାର୍ଥ ପାଇଁ ଏହି ଆଇନ ଅଣାଯାଇଛି । ତେଣୁ ପଛକୁ ଘୁଞ୍ଚିବାର ସମ୍ଭାବନା ନାହିଁ। ସେଥିପାଇଁ ଦେଶର ୭ଶହରୁ ଅଧିକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ଚାଷୀଙ୍କୁ ଅବଗତ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

You might also like