ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେପି ରାଜ୍ୟ ପ୍ରଭାରୀ

ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ ,ନଚେତ୍ ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ନ୍ତୁ

ନୟାଗଡ : ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ ,ନଚେତ୍ ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ନ୍ତୁ ।  ଆଜି କିଛି ଏଭଳି ଢଙ୍ଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ସେ ଅଭିଯୋଗ କରିଛନ୍ତି ଯେ,  ଅଭିଯୁକ୍ତଙ୍କୁ  ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ଏହା ଯେ କେବଳ ହତ୍ୟା ତାହା ନୁହେଁ ଏଥିରେ ଏକ ଅଙ୍ଗ ତସ୍କରୀ ରାକେଟ୍ କାମ କରୁଛି । ରାଜ୍ୟ ସରକାର ତଦନ୍ତ କରିବାକୁ ଏସଆଇଟି ଗଠନ କରିଛନ୍ତି । ହେଲେ SIT ପାଖରେ କୌଣସି ନ୍ୟାୟିକ କ୍ଷମତା ନାହିଁ । ମାମଲାରେ ସିବିଆଇ ତଦନ୍ତ କରିଲେ ହିଁ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ଦାବି କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ।

ତେବେ ପରୀ ହତ୍ୟା ପରେ ଘଟଣା ଥମିନି ଏହାପରେ ତାଙ୍କ ବାପା, ମାଆଙ୍କ ଜୀବନକୁ ନେଇ ବିପଦ ଦେଖାଦେଇଛି । ଯଦି, ପରି ପରିବାରକୁ ସୁରକ୍ଷା ଦେଇ ପାରୁନାହାନ୍ତି ସରକାର ତେବେ ରାଜ୍ୟକୁ ସୁରକ୍ଷା ମୁଖ୍ୟମନ୍ତ୍ରୀ କଣ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଜି ରାଜ୍ୟ ବିଜେପି ପ୍ରଭାରୀ ନୟାଗଡ଼ ଯଦୁପୁର ଯାଇ ପରୀର ପରିବାର ଲୋକଙ୍କୁ ଭେଟିଥିଲେ ।

ଘଟଣାସ୍ଥଳକୁ ଯାଇ ସ୍ଥିତି ବି ଅନୁଧ୍ୟାନ କରିଛନ୍ତି । ଏହାପରେ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଜେପିର ଚାଲିଥିବା ଧାରଣାରେ ସାମିଲ ହୋଇଛନ୍ତି । ତେବେ ପରି ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଓ ବିକ୍ଷେ।ଭ ଦେଖିବାକୁ ମିଳିଛି

 

You might also like