ବିଧାୟକ ପାଣ୍ଠିରେ ଅକ୍ସିଜେନ୍ ଓ ଭେଣ୍ଟିଲେଟର ବେଡ୍ ଯୋଗାଇବାକୁ ବିଜେପିର ଦାବି

ବିଧାୟକ ପାଣ୍ଠି ନିୟମରେ ସଂଶୋଧନ ପାଇଁ ବିଜେପି ବିଧାୟକଙ୍କ ଦାବି । ଏନେଇ ମୁଖ୍ୟମନ୍ତ୍ରୀ ଓ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟର ବିଜେପି ବିଧାୟକ । ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ ମହାମାରୀ ପାଇଁ ମାସ୍କ ବଣ୍ଟନ କରିବାକୁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ।

ତେବେ କେବଳ ମାସ୍କ ବଣ୍ଟନ ନୁହେଁ, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ପାଇଁ ବିଧାୟକ ପାଣ୍ଠିର ବିନିଯୋଗ କରିବା ଲାଗି ଦାବି କରିଛନ୍ତି ବିଜେପି ବିଧାୟକ । କୋଭିଡ୍ ପାଇଁ ଆଇସୋଲେସନ ରୁମ୍, ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ କେୟାର ରୁମ୍, ଅକ୍ସିଜେନ୍ ଓ ଭେଣ୍ଟିଲେଟର ବେଡ୍, ଅକ୍ସିଜେନ୍ ଓ ଭେଣ୍ଟିଲେଟର ସୁବିଧା ଥିବାର ଆମ୍ବୁଲାନ୍ସ ପାଇଁ ବିଧାୟକ ପାଣ୍ଠିର ବିନିଯୋଗ କରାଯାଉ ବୋଲି ଚିଠିରେ ବିଜେପି ବିଧାୟକମାନେ ଅନୁରୋଧ କରିଛନ୍ତି ।

You might also like