ପୁରୀ ହାଜତ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି

ପୁରୀ : ପୁରୀ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି। ଗତ ନଭେମ୍ବର ୧୮ରେ ବାଶେଳି ସାହି ଥାନାରେ କେ.ରମେଶଙ୍କ ହାଜତ ମୃତ୍ୟୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆଣିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ପୋଷ୍ଟମଟମ ରିପୋର୍ଟରୁ କେ. ରମେଶଙ୍କୁ ମାରି ଦେଇଥିବା ଜଣାପଡ଼ୁଥିବା ସେ କହିଛନ୍ତି ।

ଭାରତୀୟ ଜନତା ପାର୍ଟି ପୁରୀ ଜିଲ୍ଲା ଶାଖା ପକ୍ଷରୁ ପ୍ରେସ୍ ମିଟ କରାଯାଇ ସିବିଆଇ ତଦନ୍ତ କରିବାକୁ ଦାବି କରାଯାଇଛି ଥାନା । ହେପାଜତ ମୃତ୍ୟ ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ୩୦୨ରେ ମାମଲା ରୁଜୁ କାହିଁକି କରାଯାଇନାହିଁ ବୋଲି ବିଜେପି ପ୍ରଶ୍ନ କରିଛି । ତେବେ ବିଜେପିର ଅଭିଯୋଗ ଉପରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

You might also like