ପରୀ ହତ୍ୟାକୁ ନେଇ ଆନ୍ଦେ।ଳନ ଜେ।ରଦାର କରିଛି ବିଜେପି

ନୟାଗଡ : ନୟାଗଡ଼ର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ବିଜେପି ତାର ଆନ୍ଦେ।ଳନକୁ ତୀବ୍ର କରିଛି । ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଅନଶନ ଜାରି ରହିଥିବା ବେଳେ ଭୁବନେଶ୍ୱର ରାଜଭବନ ଆଗରେ ବି ଗର୍ଜିଛି ବିଜେପି । ପରୀକୁ ନ୍ୟାୟ ଦାବିରେ ଆଜି ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଭାରତୀୟ ଜନତା ପାର୍ଟି । ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ସାମିଲ ହୋଇଥିଲେ ।

ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବି ମଧ୍ୟ କରିଥିଲେ । ଯେ ପର୍ଯ୍ୟନ୍ତ ଅରୁଣ ସାହୁଙ୍କୁ ଦଳରୁ ବହିଷ୍କାର କରାନଯାଇଛି, ସେ ପର୍ଯ୍ୟନ୍ତ ଆନ୍ଦେ।ଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି ବିଜେପି ନେତା । ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇ ଦାବି ଉପସ୍ଥାପନ କରିଥିଲେ । ସେପଟେ ଘଟଣାକୁ ବେଶି ରାଜନୀତିକରଣ ନକରିବାକୁ ବିଜେଡି କହିଛି ।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପରୀ ପ୍ରସଙ୍ଗରେ କହିଛନ୍ତି, ଫେସ୍ ସେଭିଂ ପାଇଁ ବିଜେପି ପରୀକୁ ପ୍ରସଙ୍ଗ କରିଛି ।

You might also like