ପରୀ ହତ୍ୟା ଘଟଣାକୁ ନେଇ ପୁଣି ମୁହଁ।ମୁହିଁ ହେଲେ ବିଜେପି ଓ କଂଗ୍ରେସ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଚେଲ୍ଲାକୁମାରା

ଭୁବନେଶ୍ୱର : ପରୀ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ପ୍ରଭାରୀ ଚେଲ୍ଲାକୁମାରା । ସେ କହିଛନ୍ତି ଯେ, ସରକାରଙ୍କ ଉପରେ କଂଗ୍ରେସ ହିଁ ଚାପ ସୃଷ୍ଟି କରିଥିଲା ।  SIT ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ଐତିହାସିକ ସଫଳତା । ହେଲେ ଅଭିଯୁକ୍ତଙ୍କୁ କାହିଁକି ଘଣ୍ଟ ଘୋଡ଼ା ଯାଉଛି ବୋଲି ଚେଲ୍ଲାକୁମାର ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସନ୍ଦେହ ସୃଷ୍ଟି କରିଛି । ବିଜେପି ଜାଣିଶୁଣି କଂଗ୍ରେସ ଉପରେ ଅଭିଯୋଗ କରି ପ୍ରସଙ୍ଗକୁ ଦିଗହରା କରିବାକୁ ଚେଷ୍ଟା କରୁଛି । ଖାଲି ଏତିକି ନୁହେଁ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବେ।ଲି ସେ କହିଛନ୍ତି ।

ଓଡ଼ିଶାକୁ ଲୁଟିବାକୁ ଉଭୟଙ୍କ ମଧ୍ୟରେ ଗୁପ୍ତ ଚୁକ୍ତି ହୋଇଛି ବେ।ଲି ସେ ଅଭିଯେ।ଗ ମଧ୍ୟ କରିଛନ୍ତି । ଏହାସହ  ରାଜ୍ୟର ଶାସନ ଚଲାଉଥିବା ପ୍ରଶାସନିକ ଅଧିକାରୀ ବିଜେପି ସହ ବୁଝାମଣା କରିଥିବା ଅଭିଯୋଗ କରିଛନ୍ତି ଚେଲ୍ଲାକୁମାର । ସେହିପରି ନରସିଂହ ମିଶ୍ର ବି ସରକାରଙ୍କ ଏସଆଇଟି ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଶ୍ରୀ ମିଶ୍ର ସରକାରଙ୍କୁ ସମାଲୋଚନା କରିବା ସହ ଯଦି, ସାହସ ଅଛି ତେବେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଉସ୍ତଫା ଦାବି କରୁ ବୋଲି ସେ କହିଛନ୍ତି । ଅପରପକ୍ଷେ କଂଗ୍ରେସର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ଚେଲା କୁମାରଙ୍କ ଅଭିଯୋଗ ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ସିବିଆଇ ତଦନ୍ତ କେବେ ବନ୍ଦ ହୁଏନାହିଁ । ସିବିଆଇ ଥରେ ନବୀନ ବାବୁଙ୍କ ବାଟ ମୁହଁରେ ପହଞ୍ଚିଛି ମାନେ ଘରେ ପ୍ରବେଶ କରିବ । ଚେଲା କୁମାର ନିଜ ଦଳକୁ ସମ୍ଭାଳନ୍ତୁ  । କଂଗ୍ରେସ ପ୍ରଭାରୀ ବିଜେପି ଓ ବିଜେଡିକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହିଥିବାରୁ ତାର ଜବାବରେ ପ୍ରଦୀପ୍ତ କହିଛନ୍ତି, ଏଇ ନିକଟରେ ହୋଇଥିବା ଉପନିର୍ବାଚନରୁ ଜଣାପଡ଼ିଛି କିଏ ବିକ୍ରି ହୋଇଛି  ।

ବିଜେପି ହିଁ ବିଜେଡି ବିରୋଧରେ ଲଢିଥିଲା  । କୁନ୍ଦୁଲି ମାମଲାରେ SIT କୁ ବିରୋଧ ଓ ପରୀ କେସରେ ସମର୍ଥନ କରୁଥିବା ଦଳକୁ କଣ କୁହାଯିବ ବେ।ଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ।  ପରୀ ହତ୍ୟାରେ କୃଷିମନ୍ତ୍ରୀଙ୍କ ବହିଷ୍କାର ସହିତ CBI ତଦନ୍ତ ବିଜେପି ଦାବି କରେ  ବେ।ଲି ସେ କହିଛନ୍ତି ।

You might also like