ପିପିଲି: ପିପିଲିରୁ ଆରମ୍ଭ ହେବ ପରିବର୍ତ୍ତନର ସ୍ୱର। ଏହି ଉପନିର୍ବାଚନରେ ବିଜେପିକୁ ଲୋକେ ଭୋଟ ରୂପରେ ଆର୍ଶୀବାଦ ଅଜାଡ଼ି ଦେଇ ଦଳକୁ ନିଶ୍ଚିତ ଭାବେ ବିଜୟୀ କରାଇବେ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ। ପିପିଲି ପାଇଁ ପ୍ରଚାର କରିବା ପରେ ଆଜି ସେ ଭୁବନେଶ୍ୱର ଛାଡ଼ିଛନ୍ତି। ଏହି ସମୟରେ ସେ କହିଛନ୍ତି, ନବୀନ ସରକାର ରାଜ୍ୟବାସୀଙ୍କୁ ଧୋକା ଦେଉଛନ୍ତି ନାରୀ ସଶକ୍ତିକରଣ ନାଁରେ ମହିଳାଙ୍କୁ ଧମକାଇ ଭୋଟ ମାଗୁଛି ବିଜେଡି।
୨ ବର୍ଷ ହୋଇଗଲାଣି, କିନ୍ତୁ ଏଯାଏ ଫନି ପୀଡ଼ିତଙ୍କୁ କ୍ଷତିପୂରଣ ମିଳିନାହିଁ। କେନ୍ଦ୍ରରୁ ସହାୟତା ମିଳିଥିଲେ ମଧ୍ୟ ଲୋକଙ୍କୁ ତାହା ସରକାର ଯୋଗାଇ ଦେଇ ନାହାନ୍ତି। ଲୋକେ ଏବେ ବି ତାରପୋଲିନ ତଳେ ରହୁଛନ୍ତି। ତେଣୁ ଏଥର ଲୋକେ ନବୀନ ସରକାରକୁ ଜବାବ ଦେବେ ଏବଂ ନିଶ୍ଚିତ ଭାବେ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ। ତାଙ୍କର ଏହି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।