ଘଣ୍ଟାଏ ଭିତରେ ସରିଗଲା ଭୁବନେଶ୍ୱର-ଦିଲ୍ଲୀ ଟ୍ରେନ ଟିକେଟ

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ଟ୍ରେନ ଟିକେଟ ଘଣ୍ଟାଏ ଭିତରେ ଶେଷ। ୧୩ ତାରିଖରେ ଦିଲ୍ଲୀ ଯିବାକୁ ଥିବା ଟ୍ରେନ ଟିକେଟ ବୁକିଂ ସରିଯାଇଛି। ଘଣ୍ଟାଏରୁ କମ ସମୟରେ ଟିକେଟ ସରିଯାଇଥିବା ନେଇ ରେଲେୱେ ପକ୍ଷରୁ ସୂଚନା ଦିଆଯାଇଛି।

୧୪ ତାରିଖ ପାଇଁ ମଧ୍ୟ ୯୦% ଟିକେଟ ବିକ୍ରି ସରିଥିବା ସୂଚନା ମିଳିଛି। କେବଳ ଏସି ବଗିରେ ୫୬ଟି ଟିକେଟ ବାକି ଥିବା ରେଲେଓ୍ୱ ସୂଚନା ଦେଇଛି। ୧୭ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଏସି ଟିକେଟ ଆଉ ନଥିବା ପୂର୍ବତଟ ରେଲେୱେ ସୂଚନା ଦେଇଛି।

ପ୍ରକାଶଥାଉକି ୧୪ ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଦୈନିକ ଟ୍ରେନ ଯାତ୍ରା କରିବ। ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଚାଲୁଥିବା ଟ୍ରେନଗୁଡ଼ିକ ୭ଟି ଜାଗାରେ ଷ୍ଟପେଜ କରିବ।

ସେହି ଷ୍ଟେସନ୍‌ ଗୁଡ଼ିକ ହେଲା- ବାଲେଶ୍ୱର, ଖଡ଼ଗପୁର, ଟାଟା, ବୋକାରୋ, ଗୟା, ଡିଡିୟୁ ଜଙ୍କସନ, କାନପୁର। ଏଥିପାଇଁ ଯାତ୍ରୀମାନଙ୍କୁ IRCTCରେ ବୁକିଂ କରିବାକୁ ପଡ଼ିବ। RAC କି ୱେଟିଂ ଥିବା ଯାତ୍ରୀଙ୍କୁ ଅନୁମତି ନାହିଁ। କେବଳ କନ୍‌ଫର୍ମ ଟିକେଟ ଯାତ୍ରୀମାନେ ଯାତ୍ରା କରିପାରିବେ।

ଟ୍ରେନ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ଅନ୍‌ଲାଇନରେ କ୍ୟାନ୍‌ସଲେସନ୍‌ କରିହେବ। ଟିକେଟ କ୍ୟାନ୍‌ସଲ୍‌ କଲେ ବୁକିଂ ମୂଲ୍ୟର ୫୦% ଫେରସ୍ତ ମିଳିବ।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like