ବ୍ୟବଚ୍ଛେଦ ରିପୋର୍ଟ କହିବ ମୃତ୍ୟୁର କାରଣ

କଟକ ସେଲ୍ଟର ଛକ ଷ୍ଟେଟ୍ ବ୍ୟାଙ୍କ କଲୋନୀରେ ମାଆ ଓ ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି

କଟକ: କଟକ ସେଲ୍ଟର ଛକ ଷ୍ଟେଟ୍ ବ୍ୟାଙ୍କ କଲୋନୀରେ ମାଆ ଓ ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏକ ଘର ଭିତରୁ ମିଳିଛି ଉଭୟଙ୍କ ମୃତଦେହ। ମାଆର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ବେଡ୍ ଉପରେ ପଡ଼ି ରହିଥିଲା ୭ ମାସ ଝିଅର କ୍ଷତାକ୍ତ ମୃତଦେହ। ତେବେ ହତ୍ୟା ନା ଆତ୍ମହତ୍ୟା, ସେନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଆଜି ଶବ ବ୍ୟବଚ୍ଛେଦ ହେବା ପରେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। କିନ୍ତୁ ସମ୍ପର୍କୀୟଙ୍କ କହିବା କଥା, ୭ ମାସ ଏହି ଝିଅର ମୁଣ୍ଡରେ ସମସ୍ୟା ଥିବାରୁ ଅପରେସନ୍ କରାଯାଇଥିଲା

ତଥାପି ଝିଅର ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନଆସିବାରୁ ମାନସିକ ଚାପରେ ଥିଲେ ମା ବନସ୍ମିତା ଓଝା। ତେବେ ଏହି କାରଣରୁ ପ୍ରଥମେ ଝିଅକୁ ହତ୍ୟା ପରେ ସେ ନିଜେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ହାଇକୋର୍ଟ ଛକ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର କର୍ମଚାରୀ ହେଉଛନ୍ତି ବନସ୍ମିତା।

You might also like