ହସ୍ପିଟାଲ ନଯାଇ ଢାବାକୁ ଗଲା ଆମ୍ୱୁଲାନ୍ସ, ଅଧାବାଟରେ ଚାଲିଗଲା ପିଲାର ଜୀବନ!

ବାରିପଦା: ଶିଶୁପୁତ୍ରକୁ ମେଡିକାଲ ନନେଇ ଢାବାରେ ଖାଇଲେ ଆମ୍ୱୁଲାନ୍ସ କର୍ମଚାରୀ। ଆଉ ଅଧାବାଟରେ ଛୋଟ ଛୁଆର ଚାଲିଗଲା ଜୀବନ। ଆମ୍ୱୁଲାନ୍ସ ଛାଡି ଡ୍ରାଇଭର ଫେରାର। ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲାରେ।

ଅଭିଯୋଗ ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆମ୍ୱଯୋଡା ଗ୍ରାମରେ ଏକ ବର୍ଷର ଶିଶୁପୁତ୍ରର ଦେହ ଅସୁସ୍ଥ ହେବାରୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶିଶୁପୁତ୍ରର ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଥିଲା। ଏନେଇ ଏକ ଆମ୍ୱୁଲାନ୍ସ ବାରିପଦାରୁ ବାହାରି କଟକ ଅଭିମୁଖେ ଗସ୍ତ କରିଥିଲା।

କିନ୍ତୁ ସହର ଉପକଣ୍ଠରେ ଥିବା ଏକ ଢାବା ନିକଟରେ ଆମ୍ୱୁଲାନ୍ସ ଅଟକାଇ ଡ୍ରାଇଭର ଓ ଫାର୍ମାସିଷ୍ଟ ଖାଇବାକୁ ଯାଇଥିଲେ। କିନ୍ତୁ ଏକ ଘଣ୍ଟା ବିତିଯାଇଥିଲେବି ଏମାନେ ନଫେରିବାରୁ ଶିଶୁର ମା ଡାକିବାକୁ ଯାଇଥିଲେ ଓ କିନ୍ତୁ ଆମ୍ୱୁଲାନ୍ସ କର୍ମଚାରୀମାନେ ଗାଳିଗୁଲଜ କରିଥିଲେ। ପରେ ଅସୁସ୍ଥ ଶିଶୁ କଟକ ନେଉଥିଲା ବେଳେ ଗୁରୁତର ହେବାରୁ କୃଷ୍ଣଚନ୍ଦ୍ରପୁର CHC ଭର୍ତ୍ତି କରାଯାଇଥିଲେବି ମୃତ୍ୟୁ ହୋଇସାରିଥିଲା।

ଘଟଣାପରେ ଲୋକେ ପହଞ୍ଚି ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ଆମ୍ବୁଲାନ୍ସର ଦୁଇ କର୍ମଚାରୀ ଫେରାର ହୋଇଯାଇଛନ୍ତି। ମୃତ ଶିଶୁର ମାଆ ଆମ୍ବୁଲାନ୍ସ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like