• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପିପିଲି: ପିପିଲିରେ ମୁକ୍ତ, ଅବାଧ ନିର୍ବାଚନରେ ବାଧକ ସାଜିଛି ପୋଲିସ। ଏହି ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର। ଏମିତିକି ଅବାଧ ନିର୍ବାଚନ ଅଟକାଇବାକୁ ପୋଲିସ ସହାୟତାରେ ବିଜେଡି ଲାଗିଛି ବୋଲି କହିବା ସହ ପିପିଲିରେ ଭୟ, ଆତଙ୍କର ବାତାବରଣ ସୃଷ୍ଟି ପାଇଁ ପୋଲିସ ଚେଷ୍ଟିତ ବୋଲି କହିଛନ୍ତି। ଏମିତିକି କୋର୍ଟ ଦ୍ୱାରା ପଳାତକ ଘୋଷିତ ଅପରାଧୀ ମଧ୍ୟ ବିଜେଡି ପାଇଁ ଲାଗିଛନ୍ତି ବୋଲି ଅଭିଯୋଗ ଆଣିବା ସହ ଫଟୋ ସହ ପ୍ରମାଣ ଦେଖାଇଛନ୍ତି।

ଜାମିନ ବିହୀନ ଗିରଫ ପରୱାନା ଥିବା ପୂର୍ବତନ ବିଧାୟକଙ୍କ ଭାଇ ଧିରେନ୍ଦ୍ର ସାମନ୍ତରାୟ, ରାଜା, ସଂଜୟ ସାମାନ୍ତରାୟ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ସମ୍ବିତ୍। ହେଲେ ନାଁରେ ଆଦୌ କୌଣସି ମାମଲା ନଥିବା ବିଜେପି କର୍ମୀଙ୍କୁ ପୋଲିସ ହଇରାଣ କରୁଛି ଓ ମୁକ୍ତ ଓ ଅବାଧ ନିର୍ବାଚନରେ ପୋଲିସ ବାଧକ ସାଜୁଛି ସମ୍ବିତ୍ କହିଛନ୍ତି। ତେବେ ଏ ନେଇ ବିଜେଡି କିମ୍ବା ପୋଲିସର୍ ପ୍ରତିକ୍ରିୟା ମିଳିନାହିଁ।

ପିପିଲି ଡେଲାଙ୍ଗରେ ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି  ଉଭୟ ବିଜେଡି ଓ ବିଜେପି। ବିଜେଡି ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର, ଲେନିନ୍ ମହାନ୍ତି, ସୁଜିତ କୁମାର ପ୍ରମୁଖ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ବିଜେଡି କର୍ମୀ ଓ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ବିଜେପି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆକ୍ରମଣ ସଂପର୍କିତ ସମସ୍ତ ଦସ୍ତାବିଜ୍ ବିଜେଡି ସିଇଓଙ୍କୁ ଦେଇଛି। ସେହିପରି ବିଜେପି ପ୍ରତିନିଧି ଦଳ ଭାବେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ନେତୃତ୍ୱରେ ବିଜେପି ଟିମ୍ ଆଜି ସିଇଓଙ୍କୁ ଭେଟି ପିପିଲି ନିର୍ବାଚନ ଲାଗି ସ୍ପେଶାଲ ଫୋର୍ସ ମୁତୟନ ପାଇଁ ଦାବି କରିଛନ୍ତି। ପିପିଲିରେ ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ସମ୍ପର୍କିତ ଅଭିଯୋଗ ମଧ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜେପି ଟିମ୍। ମୁକ୍ତ, ଅବାଧ ନିର୍ବାଚନ ଲାଗି ସ୍ପେଶାଲ ଫୋର୍ସ ନିୟୋଜିତ କରାଯିବାକୁ ଦାବି କରିଛି ଦଳ।

ସେପଟେ ଉପନିର୍ବାଚନ ପୂର୍ବରୁ ସୁରକ୍ଷା ବଳୟରେ ପିପିଲି ନିର୍ବାଚନମଣ୍ଡଳୀ। ପିପିଲିରେ ଏବେ ସୁଦ୍ଧା ୩ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀକୁ ମୁତୟନ କରାଯାାଇଛି। ସେହିଭଳି ୨୯ ପ୍ଲାଟୁନ୍ ଓଏସଏପି ଫୋର୍ସ ଏବଂ ଗୋଟିଏ କମ୍ପାନୀ ଓଡ଼ିଶା ସ୍ବିଫ୍ଟ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। ପିପିଲି ନିର୍ବାଚନମଣ୍ଡଳୀକୁ ମଲ୍ଟି ଜୋନ୍‌ରେ ବିଭକ୍ତ କରାଯାଇ ପ୍ରତି ଜୋନରେ ୨ ଜଣ ଅତିରିକ୍ତ ଏସପି ଓ ୩ ଡିଏସପି ଦାୟିତ୍ୱରେ ଅଛନ୍ତି।

ସେପଟେ ନିର୍ବାଚନ ହିଂସାକୁ ଦେଖି ଗ୍ରାଉଣ୍ଡରେ ପୋଲିସ ଡିଜିଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଆଜି ପୋଲିସ ଡିଜି ଅଭୟ, ଏ଼ଡିଜି ଆଇନଶୃଙ୍ଖଳା ଜଶଓ୍ୱନ୍ତ ଜେଠଓ୍ୱା, ଗୁଇନ୍ଦା ନିର୍ଦ୍ଦେଶପ ଆର.କେ ଶର୍ମା ପ୍ରମୁଖ ପିପିଲି ଯାଇଛନ୍ତି। ଏମାନେ ପିପିଲି ଉପନିର୍ବାଚନ ପ୍ରସ୍ତୁତି, ନିର୍ବାଚନମଣ୍ଡଳୀରେ ଆଇନଶୃଙ୍ଖଳା ସ୍ଥିତି କିଭଳି ଅଛି, ସେ ନେଇ ସମୀକ୍ଷା କରିଛନ୍ତି।

ଗତକାଲି ଡେଲାଙ୍ଗରେ ନିର୍ବାଚନୀ ହିଂସା ଯୋଗୁଁ ଦୁଇ ଜଣ ଆହତ ହୋଇଥିଲେ ଆଗକୁ ଆଇନଶୃଙ୍ଖଳା ସ୍ଥିତି ଯେଭଳି ନବିଗିଡେ, ସେଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପିପିଲି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

The-absconding-criminal-is-campaigning-for-the-bjd
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories