ଆଜିଠୁ ଆରମ୍ଭ ହେବ ୬୨ ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ

ରାଜ୍ୟର ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ। ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ରେଞ୍ଜ ଆଇଜି ଏବଂ ଡିଆଇଜି ଉପସ୍ଥିତ ରହିବେ। ଏହାସହ ଭିଜିଲାନ୍ସ, ଜେଲ୍ ଏବଂ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ। ସମ୍ମିଳନୀରେ ଆଇନ ଶୃଙ୍ଖଳା, ମାଓ ମୁକାବିଲା, ସଡ଼କ ନିରାପତ୍ତା, ଡିଜିଟାଲ ଅଫିସ୍ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱର ସହ ଆଲୋଚନା ହେବ।

ଜାତୀୟ ସ୍ତରର ବିଭିନ୍ନ ସମ୍ମିଳନୀରେ ଭାଗ ନେଇଥିବା ବରିଷ୍ଠ ଅଧିକାରୀ ମାନେ ଏଥିରେ ନିଜର ଅଭିଜ୍ଞତା ବାଣ୍ଟିବେ। ପ୍ରତିଷ୍ଠିତ ଲେଖକ କମଳା ଭାସିନ୍, କାନପୁର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଅଭୟ କାରାଣ୍ଡିକର୍ କାର୍ଯ୍ୟକ୍ରମରେ ଯୋଗଦେବେ। ପୋଲିସ୍ ଡିଜି ଆଜି ଅପରାହ୍ନ ୩ଟାରେ କାର୍ଯ୍ୟକ୍ରମର ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ।  ଆସନ୍ତାକାଲି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍-ସିଡିଏସ୍ ବିପିନ ରାୱତ୍ ସମ୍ମିଳନୀରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେବେ। ସିଡିଏସଙ୍କ ବକ୍ତବ୍ୟ ମୁଖ୍ୟ କେନ୍ଦ୍ର ବିନ୍ଦୁ ରହିଛି। ଆଜିଠୁ ଆସନ୍ତା ୩୦ ତାରିଖ ଯାଏ ଭର୍ଚୁଆଲ ସମ୍ମିଳନୀ ହେବ।  ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।

ତେବେ ରାଜ୍ୟରେ ଯେପରି ଭାବରେ ଅପରାଧ ବଢିବାରେ ଲାଗିଛି ଏହି ବୈଠକ ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।ଧୀରେ ଧୀରେ ଗ୍ୟାଙ୍ଗଷ୍ଟାର୍ ଡି ବ୍ରଦର୍ସଙ୍କ ବନ୍ଧୁକ କାରବାରର ଗୁମର ଖୋଲୁଛି। ଏହି ଦୁଇ ଗ୍ୟାଙ୍ଗଷ୍ଟରଙ୍କ ଘରେ ପୋଲିସ ଯେତେଥର ଚଢ଼ାଉ କରୁଛି ସେତେଥର ଗୁଳି ବନ୍ଧୁକ ଜବତ ହେଉଛି। ଘରେ ଚଢାଉ କରି ଗୁଳିଗୁଳା ଜବତ କରିଥିଲା ପୋଲିସ।  ଧଳ ସାମନ୍ତଙ୍କ କଟକ ସିଡିଏ ସ୍ଥିତ ଘରକୁ ଯାଇ ପୋଲିସ୍ ସର୍ଚ୍ଚ ଅପରେସନ କରିଛି।  ଏଥିରେ କମିଶନରେଟ୍ ପୋଲିସ୍‌କୁ ପୁଣି ବନ୍ଧୁକ ଓ ଗୁଳି ମିଳିଛି।

ଛାତ ସିଲି୍ଂ ଭିତରୁ ୩ଟି ୯ ଏମ୍ଏମ୍ ପିସ୍ତଲ ମିଳିଥିବା ବେଳେ ୧୭୫ ରାଉଣ୍ଡ ଗୁଳି ଏବଂ   ୧୬.୫ ଲକ୍ଷ ଟଙ୍କା ପାଇଛି ପୋଲିସ। ବେଶ ଚାଲାକ୍‌ର ସହ ଛାତ ସିଲି୍ଂ କରି ଏସବୁ ହତିଆର୍‌କୁ ଲୁଚାଇ ରଖାଯାଇଥିଲା।  ବିଭିନ୍ନ ସ୍ଥାନରେ ସିକ୍ରେଟ ଚାମ୍ବର କରି ଏସବୁ ଗୁଳିଗୋଳା ଲୁଚାଇ ରଖାଯାଇଥିଲା। ପୋଲି ଜେରା କରିବା ବେଳେ ଡି ବ୍ରଦର୍ସ ଏନେଇ ମାନିଯାଇଥିଲେ ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି।

ଏଥିସହିତ ସର୍ଚ୍ଚ ଅପରେସନ ଶେଷ ହୋଇଥିବା ସୂଚନା ଦେଇଛି ଡିସିପି। ଆଜି ଚଢ଼ାଉ ବେଳେ ଗୁଳି ଓ ବନ୍ଧୁକ ସହିତ ୫ଟି ମ୍ୟାଗଜିନ୍ ବି ଜବତ କରିଛି ପୋଲିସ ଏହାସହ ଲକ୍ଷ ଟଙ୍କା ଜବତ କରାଯାଇଛି। ଅପରାଧ ଦୁନିଆର ଏହି ଦୁଇ ଭାଇ ବାଲିଘାଟ, ମଦ ଦୋକାନରୁ ଲୋକ ଲଗାଇ ଦାଦାବଟି ଆଦାୟ କରୁଥିଲେ। ବଟି ଆଦାୟ ଏବଂ ଅସ୍ତ୍ରଶସ୍ତ୍ର ରଖିବା ନେଇ ତଦନ୍ତ ଚାଲୁ ରହିଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇ ବଡ଼ଭାଇ ସୁଶାନ୍ତ ଧଳସାମନ୍ତ ବଲାଙ୍ଗିର ଜେଲରେ ଓ ସାନ ଭାଇ ସୁଶିଲ ଧଳସାମନ୍ତ ବାଲେଶ୍ୱର ଜେଲ୍‌ରେ ଥିଲେ। ତେବେ ଜେଲ୍‌ରେ ଥାଇ ଅପରାଧ ନେଟଓ୍ୱର୍କ ଚଲାଇବା ଅଭିଯୋଗ ହୋଇଥିଲା। ଏହାପରେ ଡି ବ୍ରଦର୍ସଙ୍କ ଘରେ ଚଢ଼ାଉ କରିଥିଲା ପୋଲିସ।

ଚଢ଼ାଉ ବେଳେ ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ ହୋଇଥିଲା। ବିଭିନ୍ନ ସ୍ଥାନରେ ସିକ୍ରେଟ ଚାମ୍ବର କରି ଏସବୁ ଗୁଳିଗୋଳା ଲୁଚାଇ ରଖାଯାଇଥିଲା । ଜେରା ବେଳେ ଡି ବ୍ରଦର୍ସ ଏନେଇ ମାନିଥିଲା  ଡିସିପି ସୂଚନା ଦେଇଥିଲେ।

ତେବେ ଗତ ୧୦ ତାରିଖରେ ମଧ୍ୟ ଡି ବ୍ରଦର୍ସଙ୍କ ଘରେ ଚଢ଼ଉ କରିଥିଲା ପୋଲିସ। ଚଢ଼ାଉ ବେଳେ ଧଳ ସାମନ୍ତଙ୍କ ଘରୁ ୭ଟି ବନ୍ଧୁକ ଓ ୧୦୫୫ ରାଉଣ୍ଡରୁ ଅଧିକ ଗୁଳି ଜବତ ହୋଇଥିଲା। ଏହାପରେ ମାମଲା ରୁଜୁ କରି ଚୌଦ୍ୱାର ପୋଲିସ ଦୁଇ ଭାଇଙ୍କୁୁ ପକ୍ଷଭୁକ୍ତ କରିଥିଲା। ଏଥିପାଇଁ ବଡ଼ା ଭାଇ ସୁଶାନ୍ତ ଧଳସାମନ୍ତକୁ ବଲାଙ୍ଗିର ଜେଲ ଓ ସାନଭାଇ ସୁଶିଲ ଧଳସାମନ୍ତକୁ ବାଲେଶ୍ୱର ଜେଲରୁ ଆଣି କଟକ ଜେଏମଏଫସି ରୁରାଲ୍ କୋର୍ଟରେ ହାଜର କରାଯାଇଥିଲା।

ଏହା ପରେ ଗୁରୁବାର ଦିନ ଦୁହିଁଙ୍କୁ ଚୌଦ୍ୱାର ପୋଲିସ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା। ଜେରା ପରେ ପୁଣି ତାଙ୍କ ଘରେ ଚଢ଼ଉ କରାଯାଇଛି। ପୂର୍ବରୁ ଚଢ଼ଉ ବେଳେ ଡି ବ୍ରଦର୍ସଙ୍କ ଘରୁ ବନ୍ଧୁକ ଓ ଗୁଳି ଏକ ସିକ୍ରେଟ ଚାମ୍ବରରୁ ମିଳିଥିଲା। ବିହାର ମୁଙ୍ଗେରରୁ ଚୋରା ବନ୍ଧୁକ ଏଠାକୁ ଆସିଥିବା ସିପି ସୂଚନା ଦେଇଥିଲେ।

You might also like