ଜାନୁଆରୀ ୮ରୁ ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା

ପଶୁପ୍ରେମୀଙ୍କ ପାଇଁ ଖୁସି ଖବର

ପୁରୀ : ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ଜାନୁଆରୀ ୮ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା  ୨୦୨୧। ତେବେ ଏହି ମେଲାରେ ୪୫୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ  । ଜଙ୍ଗଲ ଓ ପରିବେଶ ବିଭାଗ  ଓ  ଓଡ଼ିଶା ଟୁରିଜିମର ମିଳିତ ପ୍ରୟାସରେ  ଏହାର ଆୟୋଜନ କରାଯିବ ।

 ଚିଲିକା ବାର୍ଡ ଫେଷ୍ଟିଭାଲ୍ ଜାନୁଆରୀ ୧୦ ଯାଏଁ ଚାଲିବ ।  ଶୀତ ଋତୁରେ ଋଷିଆ ସାଇବେରିଆ, ଚୀନ୍, କାଜାଖସ୍ଥାନ ଭଳି ରାଷ୍ଟ୍ରରୁ ଲକ୍ଷାଧିକ ପକ୍ଷୀ ହଜାର ହଜାର କିଲୋମିଟର ଉଡ଼ି ଚିଲିକାରେ ପହଞ୍ଚିଥାନ୍ତି । ଏଣୁ ପକ୍ଷୀପ୍ରେମୀ ଓଡ଼ିଶା ଟୁରିଜିମ୍ ୱେବସାଇଟ୍ ଜରିଆରେ ନିଜକୁ ପଞ୍ଜୀକୃତ କରି ଏ ମେଳାର ସହଭାଗୀ ହୋଇପାରିବେ ବୋଲି କହିଛନ୍ତି ପର୍ଯ୍ୟଟନ ନିର୍ଦ୍ଦେଶକ ।

You might also like