ବ୍ରହ୍ମପୁରରେ ଖୋଲିବ ୨୦୦ ଶଯ୍ୟାର କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ନେଇ ବ୍ରହ୍ମପୁରରେ ୨୦୦ ଶଯ୍ୟା ଓ ୧୫ ଆସିୟୁର କୋଭିଡ ହସ୍ପିଟାଲ ହେବ। ଏମ୍‌କେସିଜିରେ କୋଭିଡ-୧୯ ଟେଷ୍ଟ ପାଇଁ ଆଇସିଏମ୍‌ଆର୍ ଅନୁମତି ଦେଇଛି। ଏସ୍‌ସିବି ପରେ ରାଜ୍ୟରେ ଟାଟା ଷ୍ଟିଲ ସହାୟତାରେ ୨ୟ ସରକାରୀ ମେଡିକାଲରେ ହେବ କରୋନା ଟେଷ୍ଟ। ମୁମ୍ବାଇରୁ ୪ ହଜାର କିଟ୍‌ ପରୀକ୍ଷଣ ପାଇଁ ଭୁବନେଶ୍ୱର ପହଞ୍ଚିଛି ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି।

ରାଜ୍ୟରେ ଅଧିକରୁ ଅଧିକ ସ୍ଥାନରେ କରୋନା ପାଇଁ ସାମ୍ପୁଲ ଟେଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଏଥିରେ ଯୋଡ଼ି ହୋଇଛି ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ। ବ୍ରହ୍ମପୁରର ଏହି ବଡ଼ ମେଡିକାଲ କଲେଜରେ ସାମ୍ପୁଲ ଟେଷ୍ଟ ଲାଗି ଆଇସିଏମ୍ଆର ଅନୁମତି ଦେଇଛି।


ମେଡିକାଲ କଲେଜ ଭାବେ ଏସ୍‌ସିବି ପରେ ଏମ୍‌କେସିଜିରେ କରୋନା ସାମ୍ପୁଲ ଟେଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଦିନକୁ ହଜାରେ କରୋନା ସାମ୍ପଲ୍ ଟେଷ୍ଟ ପାଇଁ ଗତକାଲି ବସିଥିବା ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଏମ୍‌କେସିଜି, ଭିମସାର ଓ ଆଇଜିଏଚ୍‌ରେ ଟେଷ୍ଟ କରିବାକୁ ଯୋଜନା କରାଯାଇଥିଲା ଏନେଇ ଆଇସିଏମ୍ଆରର ଅନୁମତି ମିଳିବା ପରେ ଟେଷ୍ଟିଂ ଆରମ୍ଭ ହେବ। ଏପ୍ରିଲ ୧୩ ଏମ୍‌କେସିଜି ଓ ୧୫ରୁ ବୁର୍ଲାରେ କରୋନା ସାମ୍ପୁଲ ଟେଷ୍ଟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

You might also like