ଭକ୍ତଙ୍କୁ ଉଚିତ ଦରରେ ମହାପ୍ରସାଦ ଯୋଗାଇ ଦେବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

୭୦, ୮୦ ଓ ୧୨୦ ଟଙ୍କାରେ ମିଳିବ ତିନି ପ୍ରକାର ଥାଳି

ପୁରୀ : ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଉଚିତ୍ ମୂଲ୍ୟରେ କିପରି ଅବଢ଼ା ମିଳିପାରିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ, ଜଣେ ଭକ୍ତ ଚାହିଁଲେ ଥାଳି ଦରରେ ଅବଢ଼ା କିଣି ପାରିବେ। ତିନି ପ୍ରକାର ଦରରେ ଏସବୁ ଥାଳି ଉପଲବ୍ଧ ହେବ। ଥାଳି ଦର ୭୦ ଟଙ୍କାରୁ ଅାରମ୍ଭ ହେବ।

ସେହିପରି  ୮୦ ଟଙ୍କା ଓ ୧୨୦ ଟଙ୍କିଅା ଥାଳି ବି ରହିବ। ୭୦ ଟଙ୍କିଅା ଥାଳିରେ ସାଧା ଅନ୍ନ, ଡାଲି, ତରକାରୀ ଅାଦି ବ୍ୟଞ୍ଜନ ରହିବ। ସେହିପରି ୧୨୦ ଟଙ୍କିଅା ଥାଳିରେ ଖେଚୁଡ଼ି, କାନିକା, ମିଷ୍ଟାନ୍ନ ସହିତ ଅନ୍ୟାନ୍ୟ ବଞ୍ଜନ ରଖିବାକୁ ଯୋଜନା ହେଉଛି। ତେବେ କେବେ ଠାରୁ ଏହି ନିଷ୍ପତ୍ତି ଲାଗୁ ହେବ ତାହା ସ୍ଥିର ହୋଇନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ଏହା ଲାଗୁ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଅାଡ଼ି ସୂଚନା ଦେଇଛନ୍ତି।

You might also like