ପାରୋଲରେ ଆସିଲେ ସନ୍ଦିଗ୍ଧ ଆତଙ୍କବାଦୀ ଅବ୍‌ଦୁର୍‌

କଟକ: ଆତଙ୍କବାଦୀ ସନ୍ଦହେରେ ଗିରଫ ହୋଇଥିବା କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଅବଦୁର ରେହମାନ ପାରୋଲରେ ଜେଲ୍‌ରୁ ବାହାରିଛନ୍ତି। ଚାରି ଘଣ୍ଟା ପାଇଁ ଅବଦୁରକୁ ଜେଲ ବାହାରକୁ ଛଡ଼ା ଯାଇଛି।  ମା’ଙ୍କ ଶ୍ରାଦ୍ଧକର୍ମରେ ଯୋଗଦେବାକୁ ସେ ପାରୋଲରେ ଆସିଥିବା ଜଣାଯାଇଛି ।

ଦିଲ୍ଲୀ କୋର୍ଟଙ୍କ ଆଦେଶ ବଳରେ ତାଙ୍କୁ ପାରୋଲ ପାଇଁ ଅନୁମତି ମିଳିଛି। ଦିଲ୍ଲୀ କୋର୍ଟଙ୍କ ଅନୁମତି ମିଳିବା ପରେ ଜଗତପୁର ପୁଲିସ୍  ଅବଦୁରଙ୍କୁ ଚୌଦ୍ୱାର ଜେଲ ଆଣି ତାଙ୍କ ଗାଁ ପଶ୍ଚିମକଚ୍ଛକୁ ନେଇଛି।

ସୂଚନାଯୋଗ୍ୟ, ୨୦୧୬  ଡିସେମ୍ବର ୧୫ ତାରିଖ ଅବଦରଙ୍କୁ ଗିରଫ କରାଯାଇଥିଲା।  କଟକ ଜିଲ୍ଲା ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଚ୍ଛ ଗାଁରୁ କମିଶନରେଟ୍ ପୁଲିସ୍ ଓ ଦିଲ୍ଲୀ ପୁଲିସ୍‌ର ଏକ ମିଳିତ ଟିମ୍ ଅବଦୁରଙ୍କୁ ଧରିଥିଲା ।

ତଦନ୍ତ ପରେ  ଅବଦୁର ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍ (ଏକ୍ୟୁଆଇଏସ୍)ର ସଦସ୍ୟ ବୋଲି ଜଣାପଡ଼ିଥିଲା। ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୁଲିସ୍ କହିଥିଲା। ତଦନ୍ତ ସମୟରେ ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସପୋର୍ଟ ଜବତ ହୋଇଥିଲା।

ଆହୁରି ପଢ଼ନ୍ତୁ

କଟକରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ; ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ୍

ବିଏମ୍‌ସି ଅଞ୍ଚଳରେ ସମାବେଶ ଉପରେ କଟକଣା

ସମ୍ପନ୍ନ ହେଲା ନୀଳାଦ୍ରି ବିଜେ: ନୀଳକନ୍ଦରକୁ ବାହୁଡ଼ିଗଲେ ଚତୁର୍ଦ୍ଧାମୂରତି

ବାହାଘରରେ କରୋନା କଟକଣା ଉଲ୍ଲଙ୍ଘନ: ହୋଟେଲ୍ ସିଲ୍‌, ୫ ଗିରଫ

କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ

ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି ଗଞ୍ଜାମ, ମୃତ୍ୟୁରେ ବି ନମ୍ବର ଓ୍ୱାନ୍

ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

କେନ୍ ଭିତରେ ମୁଣ୍ଡ ଫସି ଛଟପଟ ହେଉଥିଲା ନାଗ; ଟିଣକୁ କାଟିବା ପରେ…

ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

୧୪ ଜିଲ୍ଲାବାସୀଙ୍କ ପାଇଁ କଟକଣା, ରାଉରକେଲା ଆସିଲେ ଆଗେ କ୍ୱାରେଣ୍ଟିନ ଯିବ

କରୋନାର କରାଳ ରୂପ: ୪ ଦିନରେ ୯ ମୃତ, ୧୫୩୬ ଆକ୍ରାନ୍ତ

You might also like