ମହିଳାଙ୍କୁ ରାତିରେ ଥାନାକୁ ଡାକିବା ଘଟଣାକୁ ନେଇ ଉତ୍ତେଜନା
କେନ୍ଦୁଝର: ମହିଳାଙ୍କୁ ରାତିରେ ଥାନାକୁ ଡାକିବା ଘଟଣାକୁ ନେଇ କେନ୍ଦୁଝର ଆନନ୍ଦପୁର ବଉଳା ଥାନା ନିକଟରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ବୋଉଳା ଫାଣ୍ଡିରେ ମହିଳାଙ୍କୁ ରାତିରେ ଡକାଯିବାକୁ ନେଇ ପୋଲିସ୍ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ଏକ ଅପହରଣ ମାମଲାରେ ସ୍ଥାନୀୟ ଜଣେ ମହିଳାଙ୍କୁ ଥାନାରୁ ଡକରା ହୋଇଥିଲା। ତେବେ ଏହାକୁ ବିରୋଧ କରି ଶତାଧିକ ଲୋକେ ବୋଉଳା ଫାଣ୍ଡିରେ ପହଞ୍ଚିଥିଲେ। ହେଲେ ପୋଲିସ୍ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ବାଙ୍ଗୁର ପଞ୍ଚାୟତ ସରପଞ୍ଚଙ୍କୁ ବି ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛିା ଏନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ରାସ୍ତା ଅବରୋଧ କରିଥିଲେ। ଘଟଣା ପରେ ଆନନ୍ଦପୁର ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣାସ୍ଥଳରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି। ସେପଟେ ମାଡ଼ ମାରିବା ଅଭିଯୋଗ ଉପରେ ପୋଲିସ୍ର ପ୍ରତିକ୍ରିୟା ମିଳିପାରିନି।