ପୁରୀ: ପେଟ୍ରୋଲ ପମ୍ପରେ ଉତ୍ତେଜନା। ପୁରୀ ଡାକ୍ତରଖାନା ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ପେଟ୍ରୋଲ କମ୍ ପରିମାଣର ବାହାରିବାକୁ ନେଇ ଜଣେ ଗ୍ରାହକ ପ୍ରତିବାଦ କରିଥିଲେ। ଯାହାକୁ ନେଇ ପେଟ୍ରାଲ ପମ୍ପ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ପେଟ୍ରୋଲ ପମ୍ପରେ ଭଂଗାରୁଜା କରିଥିଲେ।
ଖବର ପାଇ କୁମ୍ବାରପଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ପରିସ୍ଥିତି ଏମିତି ହୋଇଥିଲା ଯେ, ପୁଲିସ୍ ଓ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଅନ୍ୟପକ୍ଷରେ, ସିସିଟିଭି ଫୁଟେଜ୍କୁ ଯାଞ୍ଚ କରାଯାଇ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ୍ କହିଛି।