ରାତି ଅଧରେ ଡାକ୍ତରଖାନାରେ ଲଙ୍କାକାଣ୍ଡ

ଉଦଳା: ରାତି ଅଧରେ ଡାକ୍ତରଖାନାରେ ଲଙ୍କାକାଣ୍ଡ। ଡାକ୍ତରଖାନାକୁ ଚିକତ୍ସା ଲାଗି ଆସିଥିବା ୩ ଯୁବକଙ୍କୁ ନାଁ ପଚାରିବାରୁ ସେମାନେ ମେଡିକାଲ୍‌ ପରିସରରେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଏଭଳି ଘଟଣା ଘଟିଛି।

ଗତକାଲି ରାତିରେ ତିନି ଜଣ ଯୁବକ ଦୁର୍ଘଟଣା ପରେ ଡାକ୍ତରଖାନା ଆସିଥିଲେ। ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ନାଁ ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ନିକଟରେ ଥିବା ସିକ୍ୟୁରିଟି ଗାର୍ଡ ବି ଏଥିରୁ ବର୍ତ୍ତି ନ ଥିଲେ।

ସେମାନେ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ ମାରିବା ପରେ ହସ୍ପିଟାଲ୍‌ର ବିଭିନ୍ନ ଆସବାବପତ୍ର ସହ କବାଟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।  ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like