ରାଜଗାଙ୍ଗପୁର OCLରେ ଉତ୍ତେଜନା

ଖଣି ସଂପ୍ରସାରଣ ନେଇ ରାସ୍ତା ଉପରେ ଚାଲିଛି ଜନଶୁଣାଣି

ସୁନ୍ଦରଗଡ଼ : ରାଜଗାଙ୍ଗପୁର OCL କ୍ୟାମ୍ପସରେ ଉତ୍ତେଜନା । କ୍ୟାମ୍ପସ ଭିତରକୁ ଶତାଧିକ ଅାଦିବାସୀ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଅାଜି ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରି ଉତ୍ତେଜନା ଦେଖାଦେଇଛି।

କ୍ୟାମ୍ପସରୁ ଅାଦିବାସୀଙ୍କୁ ବାହାର କରିବା ପରେ ସେମାନେ OCLର ୩ଟି ଗେଟ୍ ଅାଗରେ ଧାରଣା ଦେଇଛନ୍ତି। ଅନ୍ୟପଟେ OCLର ଖଣି ସଂପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ଉପରେ ଜନଶୁଣାଣି ଚାଲିଛି।  ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିବାକୁ ଅାଦିବାସୀ ସମ୍ପ୍ରଦାୟ ଦାବି କରିଛନ୍ତି।

ପ୍ରଭାବିତ ଅଞ୍ଚଳ ଲାଞ୍ଜିବେର୍ନରେ ଜନ ଶୁଣାଣି ନକରି ପ୍ରଶାସନ ପକ୍ଷରୁ ଝଗରପୁର ସ୍ଥିତ ଡାଲମିଆଁ ଟ୍ରେନିଂ ସେଣ୍ଟରରେ କରାଯିବାକୁ ପ୍ରସ୍ତାବ ଥିବାରୁ ଏହାକୁ ବିରୋଧ କରିଥିଲେ ଅାଦିବାସୀ। ଟ୍ରେନିଂ ସେଣ୍ଟରର ୩ଟି ଗେଟ୍‌କୁ ଅବରୋଧ କରିଛନ୍ତି ଅାନ୍ଦୋଳନକାରୀ।

ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏହି ଅାନ୍ଦୋଳନର ନେତୃତ୍ୱ ନେଉଥିବା ଜଣାପଡ଼ିଛି। ସେପଟେ ଜନଶୁଣାଣିକୁ ସମର୍ଥନ କରି ଶତାଧିକ ସଂଖ୍ୟାରେ ଓସିଏଲ କାର୍ଯ୍ୟାଳୟ ଅାଗରେ ରୁଣ୍ଡ ହେବାରେ ଲାଗିଛନ୍ତି।  ପରିସ୍ଥିତିକୁ ନେଇ ଘଟଣାସ୍ଥଳରେ ୨୫ ପ୍ଲାଟୁନ ପୁଲିସ ମୁତୟନ କରିଛି ଜିଲ୍ଲା ପ୍ରଶାସନ।

You might also like