ହକି ବିଶ୍ୱକପ୍ ପାଇଁ ବିଏମ୍‌ସି ଓ ବିଡିଏର ଜବରଦଖଲ ଉଚ୍ଛେଦ

ମାଟିରେ ମିଶିଲା ଜଗନ୍ନାଥ ବସ୍ତି

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବିହାର ନିକଟରେ ଥିବା ଜଗନ୍ନାଥ ବସ୍ତିରେ ଉଠିଲା ବେଅାଇନ୍ ଜବରଦଖଲ। ହକି  ବିଶ୍ୱକପ୍‌କୁ ଅାଉ ମାତ୍ର କିଛି ଦିନ ବାକି ଥିବା ବେଳେ ତା ପୂର୍ବରୁ ଏହି ଅଞ୍ଚଳରୁ ଉଠିଛି ଏହି ଜବର ଦଖଲ।

ବିଡିଏ ଓ ବିଏମସି ଅଧିକାରୀଙ୍କ ସମେତ କମିଶନରେଟ୍ ପୁଲିସର ୧୫ ପ୍ଲାଟୁନ ଫୋର୍ସର ଉପସ୍ଥିତିରେ ଏହି ଜବରଦଖଲ ଉଠିଥିଲା। ତେବେ ଜବରଦଖଲ ଉଚ୍ଛେଦ ସମୟରେ ସାମାନ୍ୟ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସର ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଏହି ବସ୍ତିରେ ପାଖାପାଖି ୩୦୦ ପରିବାର ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୧ ପରିବାର ରାଜୀବ ଅାବାସ ଯୋଜନା ସର୍ଭେରେ ଚିହ୍ନଟ ହୋଇଛନ୍ତି। ତେବେ ସେମାନଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାୟୀ ବନ୍ଦୋବସ୍ତ କରାଯାଇପାରିନଥିବା ବେଳେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବସ୍ତି ବାସିନ୍ଦା।

ଅନ୍ୟପଟେ ସମସ୍ତ ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇ ବିଏମସିର ଟ୍ରାନ୍‌ଜିଟ୍ ହାଉସରେ ରଖାଯିବା ସହ ପରିବାର ପିଛା ଘର ଏବଂ ଶୌଚାଳୟ ବାବଦରେ ୪୩ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ରାଜ୍ୟ ସରକାର।  ଏହା ସହ ଅାଗମୀ ୧୨ ଦିନ ପର୍ଯ୍ୟନ୍ତ ସମସ୍ତଙ୍କ ଖାଇବା ପିଇବାର ଦାୟିତ୍ୱ ଗ୍ରହଣ କରିବେ ବିଏମ୍‌ସି।

You might also like