• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଅନୁଗୁଳ (ବିରଜା ପ୍ରସାଦ ଦାସ): ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଦୁର୍ବ୍ୟବହାର କରିବା ଅଭିଯୋଗ କରିବା ସା ତାଙ୍କ ବଦଳି ଦାବିରେ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ। ଏହାସହ ଅଭିଭାବକମାନେ ପିଲାମାନଙ୍କ ସହ ଧାରଣାରେ ବସିଛନ୍ତି। ଏଭଳି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କୁମଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ। ଶିକ୍ଷୟିତ୍ରୀ ଉପାସୀ ରାଉତରାୟଙ୍କ ବିରୋଧରେ ଏପରି ଅଭିଯୋଗ କରିଛନ୍ତି ଅଭିଭାବକ।

ଅଭିଯୋଗ ଅନୁସାରେ, ଶିକ୍ଷୟିତ୍ରୀ ଜଣଙ୍କ ପିଲାଙ୍କୁ ଠିକ୍‌ରେ ପାଠ ନପଢାଇ ଅଯଥା ମାଡ଼ ମାରୁଛନ୍ତି। ଏନେଇ ପୂର୍ବରୁ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଏବଂ ବିଇଓଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଇଓ କିମ୍ବା ପ୍ରଧାନଶିକ୍ଷୟିତ୍ରୀ କୌଣସି ପଦକ୍ଷେପ ନନେବାରୁ ଅଭିଭାବକମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ।

ଖବରପାଇ ବିଇଓ ସ୍କୁଲରେ ପହଞ୍ଚି ଅଭିଭାବକଙ୍କ ସହ ଆଲୋଚନା କରି ଶୀଘ୍ର ଏନେଇ ଏକ ରିପୋର୍ଟ ଡିଇଓଙ୍କୁ ପଠାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

https://youtu.be/gYfgaS7f5aI

Tension-in-school-at-angul
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories