ଖାଦ୍ୟ, ପଲିଥିନ ମିଳୁନଥିବା ଅଭିଯୋଗରେ ପ୍ରତିବାଦ

ସରକାରୀ ସାହାଯ୍ୟରୁ ବଞ୍ଚିତ ଲୋକେ ବ୍ଲକ ଓ ତହସିଲ ଅଫିସ ଘେରାଉ କଲେ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ‘ଫୋନି’ର ପ୍ରଭାବ ଜଗତସିଂହପୁରରେ ମଧ୍ୟ ପଡିଛି। ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇ କ୍ଷୁବ୍ଧ ହୋଇଛନ୍ତି ଏଠାକାର କ୍ଷତିଗ୍ରସ୍ତ। ବିରିଡି ବ୍ଲକ୍‌ର ଅନେକ ଲୋକ ଆଜି ପ୍ରତିବାଦରେ ବ୍ଲକ୍‌ ଓ ତହସିଲ ଅଫିସ୍‌ ଘେରାଉ କରିଥିଲେ।

ଏପରିକି ତହସିଲ ଅଫିସ୍‌ରେ ଧସେଇ ପଶିଥିଲେ ଏବଂ ତାଲା ମଧ୍ୟ ପକାଇ ଦେଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌କୁ ଡାକିବାକୁ ପଡିଥିଲା। ତେବେ ଉତ୍ତ୍ୟକ୍ତ ଲୋକ ପୁଲିସ୍‌ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ସେମାନଙ୍କୁ ପ୍ରଶାସନ ତରଫରୁ ଖାଦ୍ୟ, ପଲିଥିନ କି ଅନ୍ୟ କିଛି ଅତ୍ୟାବଶ୍ୟକ ସାମଗ୍ରୀ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି।

ଫଳରେ ଶତାଧିକ ମହିଳା ଓ ପୁରୁଷ ଉତ୍ତ୍ୟକ୍ତ ହୋଇ ଆସି ବ୍ଲକ୍‌ ଅଫିସ ଓ ତହସିଲ ଆଗରେ ପ୍ରତିବାଦ କରିଥିଲେ। ସେପଟେ ଜିଲ୍ଲାପାଳ ରିଲିଫ ଓ ଥଇଥାନର ସମୀକ୍ଷା କରିଛନ୍ତି।

You might also like