ପଶ୍ଚିମବଙ୍ଗ ସରକାରଙ୍କ ଫଳକ ଭାଙ୍ଗିଲା ବାଲେଶ୍ୱର ଜିଲ୍ଲା ପ୍ରଶାସନ

ବାଲେଶ୍ୱର: ଓଡ଼ିଶାପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ଦିଘା ଉଦୟପୁରରେ ଉତ୍ତେଜନା ଦେଖାଦେଇଛି। ଓଡିଶା ସୀମାରେ ଲାଗିଥିବା ପଶ୍ଚିମବଙ୍ଗର ସୀମା ଫଳକକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି। 

ଗତ ଏକମାସ ତଳେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଓଡିଶା ସୀମାରେ ଏକ ଫଳକ ଲଗାଯାଇଥିଲା। ଓଡିଶା ସୀମାର ପ୍ରାୟ ୨୦ଫୁଟ୍ ଭିତରକୁ ଏହି ଫଳକ ଲଗାଯାଇଥିଲା। ଘଟଣା ସମ୍ପର୍କରେ ରାଜସ୍ୱ ବିଭାଗ ଜାଣିବା ପରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବଗତ କରାଯାଇଥିଲା। ତେବେ ଏହାପରେ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଅା ନଯିବା ପରେ ଶେଷରେ ଅାଜି ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ ଫଳକଙ୍କୁ ଭଙ୍ଗା ଯାଇଛି।

ପରିସ୍ଥିତିକୁ ନଜରରେ ରଖି ଘଟଣା ସ୍ଥଳରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। 

You might also like