ପାଟକୁରାରେ ଭୋଟ୍ ଗ୍ରହଣ ପରେ ଉତ୍ତେଜନା
କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ପାଇଁ ଗତକାଲି ଭୋଟ୍ ଗ୍ରହଣ ପରେ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ରାତିରେ କେନ୍ଦ୍ରାପଡ଼ା କଲେଜ୍ରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍ରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଷ୍ଟ୍ରଙ୍ଗ ରୁମ୍ରେ ଇଭିଏମ୍ ଓ VVPAT ରଖିବା ପାଇଁ ପୋଲିଂ ଅଧିକାରୀ ପହଞ୍ଚିଥିଲେ। ଏହି ସମୟରେ VVPAT ଖୋଲାଥିବା ଅଭିଯୋଗ କରି ଉତ୍ତେଜନା ଦେଖା ଦେଇଥିଲା। ପରିସ୍ଥିତି ଏପରି ହୋଇଥିଲା କି ପୋଲିଂ ଅଧିକାରୀ ବିଚିତ୍ର କୁମାର ଦାସ୍ଙ୍କୁ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ପ୍ରଶାସନ, ନିର୍ବାଚନ କମିଶନ୍ଙ୍କ ଅଧିକାରୀ, ପୋଲିଂ ଅଧିକାରୀ ଏବଂ ଏଜେଣ୍ଟଙ୍କ ସମ୍ମୁଖରେ ଇଭିଏମ୍, ଭିଭିପାଟ୍ ଯାଞ୍ଚ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ଜିଲ୍ଲାପାଳ, ଏସ୍ପି ସ୍ଥିତି ଉପରେ ନଜର ରଖିଛନ୍ତି। ଏଥିସହ ଅଧିକ ଫୋର୍ସ ମୁତୟନ କରାଯାଇଛି।