• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ପୁରୀ: ମୋବାଇଲ୍‌ ଦୋକାନରେ ଯୁବତୀଙ୍କ ଫଟୋ ଉଠାକୁ ନେଇ ଲଙ୍କାକାଣ୍ଡ। ପୁରୀ ଜିଲ୍ଲା ବଳଗଣ୍ଡି ଛକଠାରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ବଳଗଣ୍ଡି ଛକଠାରେ ଥିବା ଏକ ମୋବାଇଲ୍‌ ଦୋକାନକୁ ଜଣେ ଯୁବତୀ ମୋବାଇଲ୍‌ କିଣିବାକୁ ଆସିଥିଲେ। ଯୁବତୀ ଜଣକ ମୋବାଇଲ୍‌ କିଣୁଥିବା ବେଳେ ଦୋକାନୀ ଜଣକ ମୋବାଇଲ୍‌ରେ ଫଟୋ କିଭଳି ଆସୁଛି କହି ଯୁବତୀଙ୍କ ଫଟୋ ଉଠାଇ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯୁକ୍ତିତର୍କ ଏତେ ଉଗ୍ରରୂପ ନେଇଥିଲା ଯେ କଥା ଯାଇ ପୁଲିସ୍ ନିକଟରେ ପହଞ୍ଚିଥିଲା।

ଖବରପାଇ କୁମ୍ଭାରପଡ଼ା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା। ହେଲେ ଘଣ୍ଟାଏ ପର୍ଯ୍ୟନ୍ତ ଘଟଣାର କୌଣସି ସମାଧାନ ହୋଇ ପାରି ନ ଥିଲା। ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ମୋବାଇଲ୍‌ ଦୋକାନ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଏପରିକି ଲୋକମାନଙ୍କୁ କଣ୍ଟ୍ରୋଲ୍ କରିବା ପାଇଁ ପୁଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ିଥିଲା।

ଶେଷରେ ଥାନାରେ ଏହି ଘଟଣାକୁ ନେଇ ଷ୍ଟେସନ ଡାଏରୀ ହେବାପରେ ଘଟଣାଟି ଥମିଥିଲା।

Tension-erupts-in-a-mobile-shop-in-puri-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories