ବନ ବିଭାଗ ହେପାଜତରେ ମୃତ୍ୟୁ ! ମେଡିକାଲରେ ଉତ୍ତେଜନା

ବାଲୁଗାଁ: କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ବାଣପୁର ମେଡିକାଲରେ।

ଗତକାଲି ରାତିରେ ବନ ବିଭାଗର ପାଟ୍ରୋଲିଂ ବେଳେ କାଠଚୋର ସନ୍ଦେହରେ ଜଣେ ବ୍ୟକ୍ତି ଧରାପଡ଼ିଥିଲେ। ତାଙ୍କୁ ଟାମଣା ପାହାଡ଼ରୁ ଧରି ବନ ବିଭାଗ କର୍ମଚାରୀ ବିଟ୍ ହାଉସ୍ ନେଇଥିଲେ।

ତାଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୂଳ ନିକଟ ଗୋଲଗାଁର ବଳଭଦ୍ର ବେହେରା ବୋଲି ଜଣାପଡ଼ିଥିଲା। କୌଣସି କାରଣରୁ ବଳଭଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

You might also like