ବାରିପଦା: ବାରିପଦା PRM ମେଡିକାଲ କଲେଜରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଡାକ୍ତରଖାନାରେ ଶିଶୁ ଅଦଳ ବଦଳ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ବର୍ଗ ଏବଂ ସମ୍ପର୍କୀୟ। ଏପରିକି ମୃତ ଶିଶୁକୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ।
ଗତ ମାସ ୨୬ ତାରିଖରେ ବାରିପଦା ସଦର ଥାନା ଜାମବଣି ଗାଁର ଜଣେ ପ୍ରସୂତିଙ୍କ ସନ୍ତାନ ଜନ୍ମ ହୋଇଥିଲା। ଗତକାଲି ଶିଶୁଟିକୁ ଟିକା ଦିଆଯିବ କହି ମେଡିକାଲକୁ ଡକାଯାଇଥିଲା। ଟିକା ଦିଆଯିବା ପରେ ଶିଶୁକୁ ମୃତ ଦର୍ଶାଇଥିଲେ ମେଡିକାଲ କର୍ତ୍ତୃପକ୍ଷ।
ଏହାକୁ ନେଇ ସେଠାରେ ସ୍ଥିତି ଉତ୍ତେଜନା ପ୍ରକାଶ ପାଇଛି। ପ୍ରବଳ ଉତ୍ତେଜନା ପରେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ଏନେଇ ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରାନାହିଁ।
https://youtu.be/nXAjzj9OQCQ