ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୋବାଇଲ୍ ବଣ୍ଟା ବେଳେ ଉତ୍ତେଜନା

ସାଲେପୁର(ମନୋଜ ଆଚାର୍ଯ୍ୟ) : ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୋବାଇଲ୍ ବଣ୍ଟା ବେଳେ ଉତ୍ତେଜନା ଦେଖା ଦେଇଛି। ଗତକାଲି କଟକ ଜିଲ୍ଲା ସାଲେପୁର ବ୍ଲକ୍‌ର ୫ଟି ଗ୍ରାମପଞ୍ଚାୟତର ଶତାଧିକ କର୍ମୀଙ୍କୁ ମୋବାଇଲ୍ ପ୍ରଦାନ ନେଇ ଏକ କାର୍ଯ୍ୟକ୍ରମ ଥିଲା। ହେଲେ ମୋବାଇଲ ବଣ୍ଟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜୁ ଯୁବ ବାହିନୀର ସଦସ୍ୟ ହଟ୍ଟଗୋଳ କରିଥିଲେ।

ଏପରିକି ବ୍ଲକ୍‌ ସଂଯୋଜିକାଙ୍କୁ ବିଜୁ ଯୁବ କର୍ମୀ ଅଟକ ରଖିଥିଲେ। ସେପଟେ ଘଟଣାକୁ ନେଇ ବିରୋଧୀ ବିଜେଡିକୁ ସମାଲୋଚନା କରିଛନ୍ତି। ଯାହାର ଜବାବ ବିଜେଡି ରଖିଛି। ଜାଣିଶୁଣି ଦଳରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିବା କଟକ ଜିଲ୍ଲା ବିଜେଡି ଉପସଭାପତି ରମେଶ ଜେନା କହିଛନ୍ତି।

You might also like