ରୋଗୀ ମୃତ୍ୟୁରୁ ମେଡିକାଲରେ ଉତ୍ତେଜନା

ପୁରୀ: ଜଣେ ରୋଗୀର ମୃତ୍ୟୁ ହେବାରୁ ପୁରୀ ଜିଲ୍ଲା ପିପିଲି ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ମୃତ ବ୍ୟକ୍ତି ଜଣଙ୍କ ଗୋପ ବ୍ଲକ୍‌ ନାଗପୁର ଅଞ୍ଚଳର ଗଜେନ୍ଦ୍ର ମୁଦୁଲୀ।

ସୂଚନା ଅନୁସାରେ ଗଜେନ୍ଦ୍ର ମୁଦୁଲୀ ପିପିଲି କୁଳଶିଖରପାଟଣା ଅଞ୍ଚଳରେ ଥିବା ତାଙ୍କ ଶ୍ୱଶୁର ଘରେ ରହୁଥିଲେ। ସେ ପୂର୍ବରୁ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ଗତକାଲି ରାତିରେ ତାଙ୍କୁ ପିପିଲି ଡାକ୍ତରଖାନା ଅଣାଯାଇଥିବା ବେଳେ ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ମୃତ ଘୋଷଣା କରିଥିବା ଅଭିଯୋଗ ହୋଇଛି। ତେବେ ରାତି ପ୍ରାୟ ୩ଟା ୩୦ରେ ଡାକ୍ତର ପହଞ୍ଚି ଗଜେନ୍ଦ୍ରଙ୍କୁ ବି ମୃତ ଘୋଷଣା କରିଥିଲେ। ହେଲେ ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତେବେ ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ନେଇ ଫାର୍ମାସିଷ୍ଟ କିମ୍ବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like